“ବାହୁବଳୀର ପୁନର୍ମିଳନ’ !

ନିର୍ମାତା ଏସ୍ ଏସ୍ ରାଜମୌଲୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର “ବାହୁବଳୀ-୨’ର ସଫଳତା ଏଯାଏ ବି ଲାକଙ୍କ ମନରୁ ଲିଭିନି । ଏହି ଚଳଚ୍ଚିତ୍ରର ସଫଳତା ପଛରେ ପୂରା ଟିମର ହାତ ରହିଛି । ତେବେ, ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିଥିବା ପ୍ରଭାସ, ଅନୁଷ୍କା ସେଟ୍ଟୀ ଓ ରାଣା ଦଗୁବତୀଙ୍କ ସହ ମିଶି ଲଣ୍ଡନରେ ମଜା କରୁଛନ୍ତି ନିର୍ମାତା ରଜମୌଲୀ । ତେବେ, ସେମାନେ ଲଣ୍ଡନକୁ ଖୁସି ମନାଇବାକୁ ଯାଇନାହାନ୍ତି । ଜାଣିବାକୁ ମିଳିଛି ଯେ ଅକ୍ଟୋବର ୧୯ ତାରିଖରେ ଲଣ୍ଡନର ରୟାଲ୍ ଆଲବର୍ଟ ଥିଏଟରରେ ବାହୁବଳୀ-୧ର ସ୍କ୍ରିନିଂ ହେବ । ଏହି ସ୍କ୍ରିନିଂରେ ଯୋଗ ଦେବା ପାଇଁ ବାହୁବଳୀର ପୂରା ଟିମ୍ ଉପସ୍ଥିତ ହୋଇଛନ୍ତି । ପ୍ରଭାସ, ଅନୁଷ୍କା ସେଟ୍ଟୀ, ରାଣା ଦଗୁବତୀ ଓ ରଜମୌଲୀଙ୍କ ସହ ନଜର ଆସିଛନ୍ତି ପ୍ରଯୋଜକ ସାବୁ ୟାର୍ଲଗଢ଼ା । ସେମାନେ ସମସ୍ତେ ମିଶି ହାଇଦ୍ରବାଦରୁ ଲଣ୍ଡନ ଯାଇ ସେଠାରେ ରାସ୍ତା ଉପରେ ଫଟୋ ପୋଜ୍ ଦେବାର ନଜର ଆସିଛନ୍ତି । ଏହି ୫ ଜଣଙ୍କର ଫଟୋ ଏବେ ସାସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ