ବିଏମସର ଅଭିନବ ପ୍ରୟାସ : ଅଭିଯୋଗକାରୀଙ୍କୁ ଦେବ ପୁରଷ୍କାର
ବ୍ରହ୍ମପୁର ମହାନଗର ନିଗମକୁ ବିଶ୍ୱସ୍ତରୀୟ କରିବା ପାଇଁ କମିସନର ଚକ୍ରବର୍ତ୍ତୀ ସିଂ ରାଥୋଡ୍ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ।ପାନୀୟ ଜଳ ଠାରୁ ଆରମ୍ଭ କରି ସହରକୁ କିପରି ଭାବରେ ସ୍ୱଚ୍ଛ ଓ ସୁନ୍ଦର କରି ଗଢି ତୋଳିହେବ ସେଥିପ୍ରତି ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ବିଏମସି କମିସନର । ଏହି କ୍ରମରେ ଗୁରୁବାର ମହାନଗର ନିଗମ ସମ୍ମିଳନୀ କକ୍ଷରେ ଗଂଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସହରକୁ ପରିଷ୍କାର ଓ ପରିଚ୍ଛନ ରଖିବା ପାଇଁ ଅନେକ ଖସଡା ପ୍ରସ୍ତୁତ କରିଛନ୍ତି ଜିଲ୍ଲାପାଳ । ମହାନଗର ନିଗମ ପକ୍ଷରୁ ଖୁବ୍ ଶିଘ୍ର ସଫା ଆପ୍ ଲଞ୍ଚ କରାଯିବ ବୋଲି ବିଏମସି କମିସନର ସୂଚନା ଦେଇଛନ୍ତି । ଏହି ଆପ୍ ମାଧ୍ୟମରେ ସହରରେ ବସବାସ କରୁଥିବା ଅଧିବାସୀ ମାନେ ଅଭିଯୋଗ ପଂଜିକୃତ କରିବା ପରେ ଯଦି କୈାଣସି ସଫେଇ କର୍ମଚାରୀ ୨୪ ଘଣ୍ଟା ମଧ୍ୟରେ ଅଳିଆ ଆବର୍ଜନା ସଂଗ୍ରଂହ ନକରନ୍ତି ତେବେ ମହାନଗର ନିଗମ ଅଭିଯୋଗ କରିଥିବା ବ୍ୟକ୍ତିଙ୍କୁ ୨୦୦ ଟଙ୍କା ଫାଇନ ଦେବ । ଏପରି ହେବା ଦ୍ୱାରା ସହର ପରିଷ୍କାର ଓ ପରିଚ୍ଛନ ରହିବା ସହ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବ ବୋଲି ବିଏମସି କମିସନର ଆଶା ପ୍ରକଟ କରିଛନ୍ତି ।