ବିଏମ୍ସି କର୍ମଚାରୀଙ୍କୁ ଘେରିଲେ ଉଠାଦୋକାନୀ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ଆଜି ଦିବା ୧୧.୩୦ମିନିଟ୍ ସମୟରେ ବିଏମ୍ସି ଓ ପୋଲିସ୍ର ଏକ ମିଳିତ ଉଚ୍ଛେଦକାରୀ ଦଳ ଚନ୍ଦକା ଶିଳ୍ପାଞ୍ଚଳ ଅଞ୍ଚଳରେ ପହଞ୍ôଚ ସାଇ ମନ୍ଦିର ରାସ୍ତା ଏବଂ ଫାଲ୍କନ ହାଉସ ରାସ୍ତାରେ ଥିବା ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରିବାକୁ ଯାଇଥିଲେ । କିନ୍ତୁ ଏହି ଦୁଇଟି ଅଞ୍ଚଳରେ ଥିବା ଉଠାଦୋକାନୀମାନଙ୍କ ପାଇଁ ମାନ୍ୟବର ହାଇକୋର୍ଟଙ୍କ ଡ଼ବଲ ବେଞ୍ଚ କେସ୍ ନଂ-ଡ଼ବ୍ଲୁ.ପି.(ସି) ନଂ-୧୭୭୬୨/୨୦୧୯ ତା ୧୧.୧୨.୨୦୧୯ ରିଖରେ ଉଠାଦୋକାନୀମାନଙ୍କୁ ଦୁଇମାସ ମଧ୍ୟରେ ଥଇଥାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ତାହା ଦୁଇମାସ ପୁରିବାକୁ ଆହୁରି ୨୦ ଦିନ ବାକି ଥିବାବେଳେ ଆଜି ବିଏମ୍ସି ଓ ପୋଲିସ୍ ମିଳିତ ଉଚ୍ଛେଦକାରୀ ଦଳ ଜୋର ଜରବଦସ୍ତି ହାଇକୋର୍ଟ ନିର୍ଦ୍ଦେଶ ଥିବା ଦୋକାନଗୁଡ଼ିକୁ ଉଚ୍ଛେଦ କରିବାକୁ ଯାଉଥିବା ସମୟରେ ସେଠାରେ ଉପସ୍ଥିତ ଉଠାଦୋକାନୀମାନେ ବିଏମ୍ସି ଓ ପୋଲିସ୍ କର୍ମଚାରୀମାନଙ୍କୁ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିିବାକୁ ନିବେଦନ କରିଥିଲେ । କିନ୍ତୁ ବିଏମ୍ସି ଓ ପୋଲିସ୍ କର୍ମଚାରୀମାନେ କାହା ନିର୍ଦ୍ଦେଶରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ସେଠାରେ ଥିବା ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରିବାକୁ ଆସିଥିଲେ ତାହାକୁ ତଦନ୍ତ କରାଯାଉ । ଖାଲି ସେତିକି ନୁହେଁ, କିନ୍ତୁ ବାଧ୍ୟ ହୋଇ ଉଠାଦୋକାନୀମାନେ ବିଏମ୍ସି ଓ ପୋଲିସ୍ କର୍ମଚାରୀମାନଙ୍କୁ ବିରୋଧ କରିବା ପରେ ଉଚ୍ଛେଦକାରୀ ଦଳ କିଛି ଦୋକାନକୁ ଭାଙ୍ଗି ଫେରି ଯାଇଥିଲେ । ଏଠାରେ ଉଲ୍ଲେଖଥାଉକି, ମାନ୍ୟବର ହାଇକୋର୍ଟଙ୍କ ଡ଼ବଲ ବେଞ୍ଚ ବିଏମ୍ସି, ବିଡ଼ିଏ, ଜିଏ, ଇଡ୍କୋ, ପୋଲିସ୍ କମିଶନର, ଜିଲ୍ଲାପାଳ ଓ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ବିଏମ୍ସି କର୍ମଚାରୀ ଓ ପୋଲିସ୍ କାହିଁକି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି, ଏହା ଏକ ଦଣ୍ଡନୀୟ ଅପରାଧ । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମାନୁନଥିବା ବିଏମ୍ସି ଓ ପୋଲିସ୍ କର୍ମଚାରୀମାନଙ୍କୁ ତୁରନ୍ତ ଚାକିରୀରୁ ବହିଷ୍କାର କରିବା ସହିତ ସେମାନଙ୍କ ବିରୁଦ୍ଧରେ ଆଇନ୍ଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନ୍ୟାସନାଲ ହକର୍ସ ଫେଡ଼େରେସନର ରାଷ୍ଟ୍ରୀୟ ସହ ସମ୍ପାଦକ ତଥା ଓଡ଼ିଶା ସଭାପତି କୁମାର ସାହୁ ଓ ରାଜ୍ୟ ଉପଦେଷ୍ଟା ମହେନ୍ଦ୍ର କୁମାର ପରିଡ଼ା ଦାବି କରିଛନ୍ତି ।