ବିଏସଏନଏଲ ଓ ଏମଟିଏନଏଲର ପୁନରୁଦ୍ଧାର
ବିଏସଏନଏଲ ଏବଂ ଏମଟିଏନଏଲର ପୁନରୁଦ୍ଧାର ଲାଗି କେନ୍ଦ୍ର କ୍ୟାବିନେଟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି । ବିଏସଏନଏଲ ଓ ଏମଟିଏନଏଲର ସମ୍ମିଶ୍ରଣକୁ ନୀତିଗତ ମଞ୍ଜୁରି ମିଳିଛି । ଏହି ଦୁଇଟି ରାଷ୍ଟ୍ରାୟତ ଟେଲିକମ ଉଦ୍ୟୋଗ ପାଇଁ ୪ଜି ସ୍ପେକ୍ଟ୍ରମ ସେବାର ପ୍ରଶାସନିକ ଆବଂଟନ କରାଯିବ । ଏତଦବ୍ୟତୀତ ସୋଭରେନ ଗ୍ୟାରେଂଟି ବଣ୍ଡ ଜରିଆରେ ଋଣ ପରିଶୋଧ, କର୍ମଚାରୀଙ୍କ ଖର୍ଚ୍ଚ କାଟ, ସମ୍ପତି ବିନିଯୋଗ କରି ପାଣ୍ଠି ସଂଗ୍ରହ ଆଦି ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଛି । ପୁନରୁଦ୍ଧାର ଯୋଜନା କାର୍ଯ୍ୟକାରୀ ହେବା ଫଳରେ ବିଏସଏନଏଲ ଏବଂ ଏମଟିଏନଏଲ ଦେଶର ଉପାନ୍ତ ଏବଂ ଗ୍ରାମାଂଚଳରେ ଥିବା ସେମାନଙ୍କ ବ୍ୟାପକ ଟେଲି କମ୍ୟୁନିକେସନ ନେଟୱର୍କ ଜରିଆରେ ବିଶ୍ୱସନୀୟ ଏବଂ ଉନ୍ନତମାନର ସେବା ଯୋଗାଇ ଦେବାରେ ସକ୍ଷମ ହେବେ ବୋଲି ଆଶା କରାଯାଉଛି ।