ବିଏସଏଫ ମୃତସୈନିକଙ୍କୁ ନିଜ ଜନ୍ମମାଟିରେ ରାଷ୍ଟ୍ରୀୟ ସମ୍ମାନ ସହ ଶ୍ରଦ୍ଧାଂଜଳି

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲା ବାଦାମ ପାହାଡ ଥାନା ଅନ୍ତର୍ଗତ କୁସୁମି ବ୍ଲକର ତଲକ ପଞ୍ଚାୟତର ପାହାଡପୁର ଗ୍ରାମର ବୀର ସୈନିକ ନାଗାଲାଣ୍ଡ ସିମାନ୍ତରେରେ କାର୍ଯ୍ୟରତ ବିଏସଏଫ ଯବାନ ପାସନା ବାରି (୨୬)  ପିତା ବସଳ ବାରି କିଡନୀ ରୋଗରେ ଆକ୍ରାନ୍ତ ହୋଇ ଗତ ଗୁରୁବାର ଦିନ ଗୌହାଟୀ ହସ୍ପିଟାଲରେ ମୃତ୍ୟୁ ବରଣ କରିଥିଲେ । ତାଙ୍କର ମର ଶରୀରକୁ ଶନିବାର ଦିନ ଅଣାଯାଇ ବାଦାମ ପାହାଡ ଥାନାରେ ରଖାଯାଇଥିଲା । ରବିବାର ଦିନ ସକାଳୁ ତାଙ୍କ ମୃତ ଶରୀରକୁ ବିଶାଳ ଶୋଭାଯାତ୍ରାରେ ନିଜ ଜନ୍ମମାଟିକୁ ପାହାଡପୁର ଗାଁକୁ ଅଣାଯାଇଥିଲା | ଦେଶଭକ୍ତଙ୍କ ଦ୍ବାରା ପାସନା ବାରି ଅମର ରହେ , ଭାରତମାତା କି ଜୟ ନାରାରେ ପ୍ରକମ୍ପିତ ହୋଇଉଠିଥିଲା ରାସ୍ତା । ରାସ୍ତା କଡ଼ର ଉଭୟ ପାର୍ଶ୍ଵରେ ଛିଡ଼ାହୋଇ ଲୋକେ ପାସନାଙ୍କୁ ଅଶ୍ରୁଳ ବିଦାୟ ସହ ଶ୍ରଦ୍ଧାଂଜଳି ଜଣାଇଥିଲେ ।୨୦୧୩ ମସିହାରେ ୯୩ ବାଟାଲିୟନରେ ସେ ଯୋଗ ଦେଇଥିଲେ । ମାତ୍ର ୬ବର୍ଷ ଦେଶର ସୁରକ୍ଷା ପାଇଁ କାମ କରିଥିଲେ ।ଘରେ ତାଙ୍କର ମା, ପତ୍ନୀ ଓ ଦୁଇ ଛୁଆ ଅଛନ୍ତି । ସେଠାରେ ନିଜ ସମାଜର ରୀତିନୀତି ଅନୁସାରେ ଶୌଚ କରାଯାଇଥିଲା ।ପରେ ରାଷ୍ଟ୍ରୀୟ ତୋପ ସଲାମୀ ଦିଆଯାଇ ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଇଥିଲା ।ପରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ