ବିଏସ୍ଏନ୍ଏଲ୍ ବନ୍ଦ କରିବାକୁ ଚିନ୍ତା କରୁଛନ୍ତି ସରକାର!
ନୂଆଦିଲ୍ଲୀ, (ଏଜେନ୍ସି): ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତ କରୁଥିବା ସରକାରୀ ଦୂରସଂଚାର କମ୍ପାନୀ ଭାରତ ସଂଚାର ନିଗମ ଲିମିଟେନ୍ (ବିଏସ୍ଏନ୍ଏଲ୍)କୁ କେନ୍ଦ୍ର ସରକାର ବନ୍ଦ କରିବାକୁ ବିଚାର କରୁଛନ୍ତି । ଆର୍ଥିକ ବର୍ଷ ୨୦୧୭-୧୮ଶେଷ ସୁଦ୍ଧା କମ୍ପାନୀର ସମୁଦାୟ କ୍ଷତି ୩୧,୨୮୭କୋଟି ଟଙ୍କାରେ ପହଞ୍ଚିବା ପରେ ବିଏସ୍ଏନ୍ଏଲ୍ର ପ୍ରମୁଖ ଅଧିକାରୀଙ୍କ କେନ୍ଦ୍ରୀ ଦୂରସଂଚାର ସଚିବ ଅରୁଣ ସୁନ୍ଦରାଜନ୍ ସହିତ ବୈଠକ ହୋଇଥିଲା, ଏହା ପରେ ଏହି ନିର୍ଦ୍ଦେଶ ସମ୍ମୁଖକୁ ଆସିଥିଲା । ବୈଠକ ସମୟରେ ବିଏସ୍ଏନ୍ଏଲ୍ର ଅଧ୍ୟକ୍ଷ ଅନୁପମ ଶ୍ରୀବାସ୍ତବ ଦୂରସଂଚାର ସଚିବଙ୍କ ସମ୍ମୁଖରେ ଏକ ତଥ୍ୟ ଉପସ୍ଥାପନ କରିଥିଲେ । ଯେଉଁଥିରେ କମ୍ପାନୀର ଆର୍ଥିକ ସ୍ଥିତି, ସମୁଦାୟ କ୍ଷତି, ରିଲାଏନ୍ସ ଜିଓ ଆସିବା ପରେ କାରବାର ଉପରେ ପଡ଼ିଥିବା ପ୍ରଭାବ, ସମ୍ଭାବିତ ଭାବେ କର୍ମଚାରୀଙ୍କ ପାଇଁ ଭଲ୍ୟୁନ୍ଣ୍ଟାରୀ ଅବସର ସ୍କିମ୍ (ଭିଆର୍ସି) ଓ ସମୟ ପୂର୍ବରୁ ଅବସରର ଯୋଜନାର ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ ।