ବିଏସ-ଆଇଭି ଦୁଇ ଚକିଆ କିଣିବା ପାଇଁ ଶେଷ ସୁଯୋଗ

ମୁମ୍ବାଇ : ବିଏସ-ଆଇଭି ପରିବର୍ତନ ସମୟ ସୀମା ମାର୍ଚ୍ଚ ୩୧,୨୦୨୦ ପାଖେଇ ଆସୁଥିବା ବେଳେ ଗ୍ରାହକମାନେ କ୍ରୟ ଆଦି କରି ପ୍ରାୟ ଟ.୧୦,୦୦୦ ଲାଭ କରିବା ପାଇଁ ଏହି ସପ୍ତାହ ଶେଷ ସୁଯୋଗ ଅଟେ । ବିଏସ-ଆଇଭି ଉତ୍ପାଦ ଉପରେ ଅଧିକାଂଶ କମ୍ପାନୀ ମଧ୍ୟ ରୋମାଂଚକର ସ୍କିମ ଚଳାଇଥିବା ବେଳେ ଏହି ମୂଲ୍ୟ ଲାଭ ଉତ୍ପାଦ ଉପରେ ନିର୍ଭର କରି ଟ.୧୫୦୦୦ ପର୍ଯ୍ୟନ୍ତ ହୋଇପାରେ ।  ହିରୋ ମୋଟୋକର୍ପ, ହୋଣ୍ଡା, ଟିଭିଏସ ଭଳି ପ୍ରମୁଖ କମ୍ପାନୀ ଦ୍ୱାରା ଲଂଚ ହୋଇଥିବା ଅଧିକଂଶ ବିଏସ-ଭିଆଇ ଉତ୍ପାଦ ବିଏସ-ଆଇଭି ଉତ୍ପାଦ ତୁଳନାରେ ଟ.୭୦୦୦-୧୫୦୦୦ ଅଧିକରେ ମୂଲ୍ୟାଙ୍କିତ କରାଯାଇଛି । କଠୋର ଉତ୍ସର୍ଜନ ମାନଦଣ୍ଡ ପୂରଣ କରିବା ପାଇଁ ଯାନର ମହଙ୍ଗା ସାମଗ୍ରୀ ଏବଂ ଇନ୍ଧନ ଇଞ୍ଜେକ୍ସନ ପ୍ରଣାଳୀ ଯୋଗୁଁ ଏହା ହୋଇଛି । ଜଣେ ପ୍ରମୁଖ ଦୁଇ-ଚକିଆ ଡିଲରଙ୍କ ଅନୁସାରେ, “ବିଗତ ଦୁଇ ମାସ ହେଲା ବିଏସ-ଆଇଭି ଯାନ ପାଇଁ ବହୁତ ଅଧିକ ଦାବି ଆମେ ଦେଖୁଛୁ ଏବଂ ଆମର ମୁଖ୍ୟ ଉତ୍ପାଦ ପାଇଁ ଆମର ଷ୍ଟକ ପ୍ରାୟ ଖାଲି ହୋଇଯାଇଛି । ସମୟ ସୀମା ପାଖେଇ ଆସୁଥିବା ଯୋଗୁୁଁ ଗ୍ରାହକ ଦାବି ଆହୁରି ଅଧିକ ବଢିବ ବୋଲି ଆମେ ଆଶା କରୁଛୁ କିନ୍ତୁ ଆମ ପାଖରେ ଆଉ କୌଣସି ବିଏସ-ଆଇଭି ଷ୍ଟକ ନଥାଇ ପାରେ । ଗ୍ରାହକମାନେ ମୂଲ୍ୟ ଲାଭ ବିଷୟରେ ସଚେତନ ଅଛନ୍ତି ଏବଂ ବର୍ତମାନର ଅଫରର ଯେତେ ଇଛା ସେତେ ଲାଭ ଉଠାଉଛନ୍ତି । ସମୟ ସୀମାର ୬ଦିନ ପୂର୍ବରୁ ମାର୍ଚ୍ଚ ୨୫,୨୦୨୦ରୁ ବିଏସ-ଆଇଭି ଯାନର ପଞ୍ଜିକରଣ ସେମାନେ ବନ୍ଦ କରିଦେବେ ବୋଲି ଦେଶର ଅନେକ ରାଜ୍ୟର ଆରଟିଓ ମାନେ ଘୋଷଣା କରିଛନ୍ତି । ଗ୍ରାହକମମାନଙ୍କ ପାଇଁ ଏହାର ଅର୍ଥ ହେଲା ଏକ ବିଏସ-ଆଇଭି ଯାନ କିଣିବା ପାଇଁ ସେମାନଙ୍କ ପାଖରେ ବର୍ତମାନ ଏକ ସଂକୀର୍ଣ୍ଣ ସୀମା ରହିଛି । ଅନ୍ୟ ଜଣେ ଡିଲରଙ୍କ ଅନୁସାରେ, “ଆଦର୍ଶ ଭାବେ ମାର୍ଚ୍ଚ ୩୧,୨୦୨୦ ପର୍ଯ୍ୟନ୍ତ ବିଏସ-ଆଇଭି ଯାନ ପଞ୍ଜିକରଣ କରାଯିବା ଉଚିତ, କିନ୍ତୁ ରାଜ୍ୟ ଆରଟିଓ ମାନେ ସେମାନଙ୍କର ନିଜ ଦିଗନିର୍ଦ୍ଦେଶ କାର୍ଯ୍ୟକାରୀ କରୁଛନ୍ତି । ଆମର ଗ୍ରାହକମାନଙ୍କୁ ଆମେ ଯଥା ସମ୍ଭବ ସାହାଯ୍ୟ କରିବାକୁ ଚେଷ୍ଟା କରିବୁ କିନ୍ତୁ ଆମର ପ୍ରସ୍ତାବ ହେଲା ଯେ ସେମାନେ ବର୍ତମାନ ଯାନ କିଣି ମୂଲ୍ୟ ଲାଭ ପାଆନ୍ତୁ । ଆହୁରି ମଧ୍ୟ ବର୍ତମାନ ଆମ ପାଖରେ ବିଏସ-ଆଇଭି ବଳକା ଷ୍ଟକ ଅତ୍ୟନ୍ତ ସୀମିତ ଅଛି ।  ବିଗତ କିଛି ମାସ ହେଲା ଅଧିକାଂଶ ଯାତ୍ରୀବାହୀ ଯାନ ନିର୍ମାତାମାନେ କେବଳ ବିଏସ-ଭିଆଇ ଯାନ ହିଁ ବିକ୍ରି କରୁଛନ୍ତି । କିନ୍ତୁ ସେମାନଙ୍କର ବହୁତ ଅଧିକ ସଂଖ୍ୟା ଯୋଗୁଁ ଦୁଇ-ଚକିଆ ନିର୍ମାତାମାନଙ୍କର ଡିଲର୍ସିପରେ ବିଏସ-ଆଇଭି ଯାନର କିଛି ଇନଭଂଟ୍ରି ବର୍ତମାନ ସୁଦ୍ଧା ଉପଲବ୍ଧ ରହିଛି । ବିଏସ-ଭିଆଇ ଉତ୍ସର୍ଜନ ମାନଦଣ୍ଡ ବିଶ୍ୱରେ ଅତ୍ୟନ୍ତ ଶକ୍ତ ଅଟେ ଏବଂ ଭାରତ ବିଏସ-ଭି ମାନଦଣ୍ଡକୁ ଡେଇଁ ବିଏସ-ଆଇଭି ରୁ ବିଏସ-ଭିଆଇ ମାନଦଣ୍ଡକୁ ସିଧାସଳଖ ଚାଲିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ