ବିଏସ-ଭିଆଇ ସ୍କୁଟର-ପ୍ଲେଜର+୧୧୦ଏଫଆଇ

ମୁମ୍ବାଇ – ଗ୍ରାହକମାନଙ୍କ ପାଇଁ ଏକ ରୋମାଂଚକ ଏବଂ ବ୍ୟାପକ ବିଏସ-ଭିଆଇ ଉତ୍ପାଦ ପୋର୍ଟଫୋଲିଓ ସୃଷ୍ଟି କରିବା ପାଇଁ ଏହାର ପ୍ରତିବଦ୍ଧତା ଦୋହୋରାଇ ହିରୋ ମୋଟୋକର୍ପ, ବିଶ୍ୱର ବୃହତମ ମଟରସାଇକେଲ ଏବଂ ସ୍କୁଟର ନିର୍ମତାକାରୀ ତାଙ୍କର ପ୍ରଥମ ବିଏସ-ଭିଆଇ ସ୍କୁଟର- ନବୀନତମ ଏବଂ ଷ୍ଟାଇଲିସ ପ୍ଲେଜର+୧୧୦ଏଫଆଇ କାରବାର ଆରମ୍ଭ କରିସାରିଛନ୍ତି । ଭାରତ ପ୍ରଥମ ବିଏସ-ଭିଆଇ ମଟରସାଇକେଲ- ଏଚଏଫ ଡିଲକ୍ସ ବିଏସ-ଭିଆଇ ଏବଂ ସ୍ପେ୍ଲଣ୍ଡର ଆଇସ୍ମାର୍ଟ ପ୍ରବେଶ କରାଇବା ପରେ ବର୍ତମାନ ହିରୋ ମୋଟୋକର୍ପ ଏହାର ଏକ ବିଏସ-ଭିଆଇ ଅନୁପାଳିତ ଇଞ୍ଜିନ ସହିତ ଲୋକପ୍ରିୟ ପ୍ଲେଜର+ ସ୍କୁଟର ପ୍ରବେଶ କରାଇଛନ୍ତି । ସମସ୍ତ ସେଗମେଂଟରେ ଲଗାତାର ଲଂଚ କରି ନୂତନ ଉତ୍ସର୍ଜନ ଅନୁଶାସନ ଅଧୀନରେ ଆସିବା ଏବଂ ତାର ବଜାର ନେତୃତ୍ୱ ଅଧିକ ଏକତ୍ରିକରଣ କରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତି ସ୍ଥିତି ପାଇଁ ହିରୋ ମୋଟୋକର୍ପ ଅଧିକ ଗୁରୁତ୍ୱ ଦେଇଛି । ପୂର୍ବରୁ ଏକ ମଜଭୁତ ଗ୍ରାହକ ପସନ୍ଦ ପ୍ରାପ୍ତ କରିଥିବା ହିରୋ ମୋଟୋକର୍ପର ଲୋକପ୍ରିୟ ସ୍କୁଟର ବ୍ରାଣ୍ଡ- ପ୍ଲେଜର+୧୧୦, ବିଏସ-ଭିଆଇ ଭିନ୍ନତାରେ ସେଲ୍ଫ-ଷ୍ଟାର୍ଟ ଶୀଟ ୱିଲ ପାଇଁ ୫୪,୮୦୦ ଟଙ୍କାରେ ଏବଂ ସେଲ୍ଫ-ଷ୍ଟାର୍ଟ ଏଲଏ ୱିଲ ପାଇଁ ୫୬,୮୦୦ ଟଙ୍କାରେ ଉପଲବ୍ଧ ହେବ ।
କମ୍ପାନୀର ଆର ଏଣ୍ଡ ଡି ହାବ- ଜୟପୁର, ରାଜସ୍ଥାନରେ ଦ ସେଂଟର ଅଫ ଇନୋଭେସନ ଏଣ୍ଡ ଟେକ୍ନୋଲଜି (ସିଆଇଟି) ରେ ସଂପୁର୍ଣ୍ଣ ରୁପେ ନିଜ ଦ୍ୱାରା ନବୀନତମ ପ୍ଲେଜର+୧୧୦ ବିଏସ-ଭିଆଇ ଡିଜାଇନ ଏବଂ ବିକଶିତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ