ବିକାଶର ବାସ୍ତବଚିତ୍ର ହିତାଧିକାରୀଙ୍କୁ ବିଦ୍ୟୁତ ସେବାରୁ ବଞ୍ଚିତ
ଯୋଡା, (ସମୀର କୁମାର ଦାସ):ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଉନ୍ନତି ପାଇଁ ସରକାର ବହୁବିଧ ଯୋଜନା ପ୍ରଣୟନ କରୁଥିବା ନେଇ ଭାଷଣବାଜି କରୁଥିବା ବେଳେ ପ୍ରକୃତପକ୍ଷେ ତାହାର ସୁଫଳ ମିଳୁନଥିବା ଜଣାପଡିଛି । ଫଳରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ସର୍ବନିମ୍ନ ମୌଳିକ ସମସ୍ୟା ବଞ୍ଚିତ ହୋଇ ରହିଛନ୍ତି ଯୋଡା ବ୍ଲକ ଅନ୍ତର୍ଗତ ଅଂଶେଇକଳା ପଞ୍ଚାୟତ ପୁଟୁଗାଁ ଗ୍ରାମର ଦଣ୍ଡାଗୁଟୁ ସାହିର ଗ୍ରାମବାସୀ । ଆଜିବି ଏହି ଗାଁରେ ବିଜୁଳି ଆଲୁଅ ଅପହଞ୍ଚ ରହିଛି । କେନ୍ଦୁଝର ଜିଲ୍ଲା ଭଳି ଖଣି ପ୍ରବଣ କୁବେରପୁରୀରେ ମଧ୍ୟ ଆଦିବାସୀ ସମ୍ପ୍ରଦାୟ ଲୋକେ ଆଜିବି ଅନ୍ଧକାର ମଧ୍ୟରେ ଜୀବନ ବିତାଉଥିବା ସହ ଏହି ଗ୍ରାମବାସୀ ଏବେ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି । ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଲୋକଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର କେତେ କ’ଣ ଯୋଜନା ମାନ ଏମାନଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି । ଦୀପ ତଳ ଅନ୍ଧାରପରି କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅଂଶେଇକଳା ପଞ୍ଚାୟତ ଅଧୀନସ୍ତ ପୁଟୁଗାଁ ଗ୍ରାମର ଦଣ୍ଡାଗୁଟୁ ସାହି ଗ୍ରାମବାସୀଙ୍କ ପାଇଁ ସବୁଦିନିଆ ବିଦ୍ୟୁତ ସେବା ଏବେବି ଅପହଞ୍ଚ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ଅବହେଳିତ ବସ୍ତିରେ ବିଦ୍ୟୁତଖୁଣ୍ଟଟିଏ ପଡିନଥିବା ବେଳେ ବିଜୁଳି ବତୀ ଗ୍ରାମବାସୀଙ୍କ ପାଇଁ ଆକାଶ କଇଁଆ ଚିଲିକା ମାଛ ସଦୃଶ ହୋଇଛି । ଖବର ସଂଗ୍ରହ କରିବାରୁ ଜଣାଯାଏ ଏହି ଗ୍ରାମରେ ସମସ୍ତ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରନ୍ତି । ପାଖାପାଖି ୩୩ରୁ ଉର୍ଦ୍ଧ୍ବ ଦାରିଦ୍ର୍ୟ ପରିବାର ବସବାସ କରୁଥିଲେ ମଧ୍ୟ ଗ୍ରାମବାସୀଙ୍କୁ ବିଦ୍ୟୁତ ସେବା ଯୋଗାଇ ଦେବା ନେଇ ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ବିଦ୍ୟୁତ ସେବା ଯୋଗାଇନଥିବାରୁ ହିତାଧିକାରୀ ମାନେ ଅନ୍ଧକାରରେ ଜୀବନ ବିତାଉଛନ୍ତି । ଅନ୍ୟପକ୍ଷେ ଏହି ଗ୍ରାମରେ ବିଦ୍ସ୍ଥାନୀୟ ସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନେ ଘରେ ରାତିରେ ଡିବି ଆଲୁଅରେ ପାଠ ପଢିବାକୁ ବାଧ୍ୟ ହେଉଛନ୍ତି । ଦୀର୍ଘ ଦିନ ହେଲା ବିଦ୍ୟୁତ ଆଲୋକକୁ ଅନାଇ ବସିଛନ୍ତି ଏହି ଗ୍ରାମର ଗ୍ରାମବାସୀ ମାନେ । ଦାରିଦ୍ର୍ୟ ସୀମାରେଖା ତଳେ ଅବସ୍ଥାପିତ ପରିବାର ଗୁଡିକୁ ବିଦ୍ୟୁତ ସେବାରୁ ବଞ୍ଚିତ ରହିଥିବା କାରଣରୁ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଏଥିନେଇ ବାରମ୍ବାର ବିଦ୍ୟୁତ ବିଭାଗ ଅଧିକାରୀଙ୍କ ନିକଟରେ ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ ହେଁ କୌଣସି ସୁଫଳ ମିଳିନଥିବା ସେମାନଙ୍କ ଠାରୁ ଶୁଣିବାକୁ ମିଳୁଛି । ଲାଇନ ତାର ନାହିଁ କି ଖୁଣ୍ଟ ନାହିଁ ମିଟର ଓ ବଙ୍କୁଲି ବାଡି ଘରେ ବସିଛି କାହା ପାଇଁ । ମୋର ଆଖି ଦେଖିଲା ଦିନୁ ଆମ ଗାଁରେ କେବେ ବିଜୁଳି ଆଲୁଅ ଜଳିନାହିଁ । କିଛିଦିନ ପୂର୍ବରୁ କିଛି ବିଦ୍ୟୁତ ଖୁଣ୍ଟ ଆସିଥିଲା । ତାହାବି ଏବେ ନାହିଁ । ତେବେ ବିନା ବିଦୁ୍ୟତ ସଂଯୋଗରେ ମିଟର ବସାଇ ଆମ୍ଭ ମାନଙ୍କୁ ହଇରାଣ ହରକତ କରୁଛନ୍ତି । ସ୍ୱଧୀନତାର ଦୀର୍ଘବର୍ଷ ପରେବି ଆମ ଗାଁରେ ଲାଇନ ନରହିବା ଦ୍ୱାରା ପିଲାମାନେ ପାଠଶାଠ ପଢି ପାରୁନାହାଁନ୍ତି । ଆମର ଅଞ୍ଚଳରେ ହାତୀ ଚଳପ୍ରଚଳ ହେଉଥିବାରୁ ଅନ୍ଧାର ରହିବା ଦ୍ୱାରା ହାତୀ ଦ୍ୱାରା ବହୁତ କ୍ଷତି ହେଉଛି । ସାମାଜିକ ବିକାଶରେ ଆମେ ଆମ ଗାଁ ସବୁଠୁ ପଛରେ ପଡିଥିବାରୁ ଏହାକୁ ନେଇ ଆମ୍ଭମାନଙ୍କ ମନରେ ଆଘାତ ଆସୁଛି ବୋଲି ସଞ୍ଜୟ ମୁଣ୍ଡା,ସତ୍ୟବାନ ମୁଣ୍ଡା,ମକରୁ ମୁଣ୍ଡା କହିଛନ୍ତି । ଏନେଇ ୨୮ ନଂ ଜିଲ୍ଲାପରିଷଦ ଡମ୍ବରୁଧର କୁଦାଦାଃ କହିଛନ୍ତି ଯେ ମୁଁ ଏବିଷୟ ନେଇ ଜିଲ୍ଲାପାଳଙ୍କୁ ଅବଗତ କରାଇଛି । ଏଥିସହିତ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ମଧ୍ୟ କରିଛି । ସରକାରୀ ସ୍ତରରେ ଯାହା ହୋଇପାରିବ ମୁଁ ମୋ ଚେଷ୍ଟା ଜାରି ରଖିବି । ଏସଂକ୍ରାନ୍ତରେ ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କ ସହ ଯୋଗଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ହେଁ ତାହା ସମ୍ଭବ ହୋଇ ପାରିନଥିଲା । ତେବେ ଦଣ୍ଡାଗୁଟୁ ସାହିର ଗ୍ରାମବାସୀ ମାନେ କେବେ ବିଜୁଳି ଆଲୁଅ ପାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।ୟୁତ ସେବା ଅପହଞ୍ଚ ରହିଥିବା ବେଳେ ଗ୍ରାମର ପ୍ରାୟ ୪ ରୁ ୫ ଜଣଙ୍କ ଘରେ ମିଟର,ତାର ଓ ବଙ୍କୁଲି ବାଡି ଲାଗିଥିବା ଦୃଷ୍ଟିଗୋଚର ହୋଇଛି । ସରକାର ସମସ୍ତ ଗ୍ରାମକୁ ବିଦ୍ୟୁତ ଯୋଗାଣ କରୁଥିବା ବେଳେ ଜନସାଧାରଣ କିଭଳି ଉପକୃତ ହୋଇପାରିବେ ତାହା ଚେଷ୍ଟିତ କିନ୍ତୁ ବିଦ୍ୟୁତ ବିଭାଗର ଖାମଖିଆଲ ମନୋଭାବ କାରଣରୁ ବିଦ୍ୟୁତ ସଂଯୋଗୀକରଣ ଯୋଜନାରୁ ବଞ୍ଚିତ ହେଉଛନ୍ତି ଗରିବ ଶ୍ରେଣୀର ଲୋକ । ତେବେ ଏହି ଗ୍ରାମ ବିଦ୍ୟୁତ ନଥିବା ବେଳେ କିଛି ହିତାଧିକାରଙ୍କ ଘରେ ମିଟର ଓ ବଙ୍କୁଲି ବାଡି ଖଣ୍ଡିଏ ଲଗାଇ ଦେଇ ଚୁପ୍ ହୋଇ ବସିଛି ।


