ବିକାଶ ଠାରୁ ବହୁଦୂରରେ ଗୋହିରା ପଦୀ ଆଦିବାସୀ ସାହି

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଗୋହିରା ପଦୀ ଆଦିବାସୀ ସାହି ବିକାଶ ଠାରୁ ବହୁ ଦୂରରେ ରହିଛି । ଉକ୍ତ ଆଦିବାସୀ ସାହିରେ ସରକାରୀ ନଳକୂପ ନଥିବା ବେଳେ ଯିବା ଆସିବା କରିବା ପାଇଁ ରାସ୍ତାର ସୁବିଧା ନାହିଁ । ସେହିପରି ଏହି ସାହିର ବୃଦ୍ଧବୃଦ୍ଧା ମାନେ ଭତ୍ତା ପାଇବାରୁ ବଂଚିତ ହୋଇଛନ୍ତି । ଭୂମିହୀନ ଆଦିବାସୀ ମାନଙ୍କୁ ସରକାରୀ ଘରଡିହ ଯୋଗାଇ ଦିଆଯାଇନାହିଁ । ସାହିର ଲୋକ ମାନଙ୍କ ପାଇଁ ପକ୍କା ଘର ଓ ଶୌଚାଳୟ ସାତସପନ ପାଲଟିଛି । ରାଜ୍ୟ ସରକାର ଆମ ଗାଁ ଆମ ବିକାଶ ଯୋଜନା ମାଧ୍ୟମରେ ବହୁବିଧ କାର୍ଯ୍ୟ କରୁଥିବା ବେଳେ ଏହି ସାହି ଲୋକଙ୍କ ପାଇଁ କୌଣସି ସରକାରୀ ସୁବିଧା ନାହିଁ । ସାହିର ବିଭିନ୍ନ ସମସ୍ୟା ନେଇ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜ୍ଜନ କରିବାକୁ ସାହିର ବୁଦ୍ଧିରାମ ଟୁଡୁ, ରାଲସନ ଟୁଡୁ, ନାରାୟଣ ମୁର୍ମୁ, ଦୁର୍ଗା ହେମ୍ବ୍ରମ୍, ସୁକ ମୁଣ୍ଡା, ପାର୍ବତୀ ମୁର୍ମୁ, ଭୀମ ମୁଣ୍ଡା, କାମିନୀ ମୁର୍ମୁ, ସୁକଦେବ ଟୁଡୁଙ୍କ ସମେତ ଶତାଧିକ ଲୋକ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ