ବିକାଶ ପୁୁରୁଷ ରଥ ବେହେରାଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଚାରିଗାଁ ଠାରେ ଆଗରପଡା ଅଞ୍ଚଳର ବିକାଶ ପୁରୁଷ ସ୍ୱର୍ଗତ ରଥ ବେହେରାଙ୍କ ୨ୟ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ପଣ୍ଡିତ ନବ କିଶୋର ପଣ୍ଡାଙ୍କ ଦ୍ୱାରା ତିଳତର୍ପଣ ସହ ସ୍ୱର୍ଗତ ବେହେରାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା । ଶିକ୍ଷକ ପଞ୍ଚାନନ ପୃଷ୍ଟିଙ୍କ ମଞ୍ଚ ସଂଯୋଜନା ଓ ଗୋଲକ ବିହାରୀ ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ବାଲେଶ୍ୱରର ବିଶିଷ୍ଠ ନାଟ୍ୟ ନିର୍ଦ୍ଦେଶକ ବିଜୟ କୁମାର ମହାକୁଡ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା, ସ୍ତମ୍ବକାର ସୁବୋଧ କୁମାର ସାହୁ, ପୂର୍ବତ୍ତନ ସରପଞ୍ଚ ରବିନ୍ଦ୍ର କୁମାର ପଣ୍ଡା, ବନମାଳୀ ବେହେରା, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ମୂରଲୀଧର ପଣ୍ଡା, ସମିତି ସଭ୍ୟ ଧରଣୀଧର କର, ସାମ୍ବାଦିକ ହେମନ୍ତ କୁମାର ସିଂହ, ସମାଜସେବୀ ସତ୍ୟ ନାରାୟଣ ପାକଳ, ଶିକ୍ଷାବିତ୍ ଦୁଷ୍ମନ୍ତ ଦାସ, ଗୋବିନ୍ଦ ଚନ୍ଦ୍ର ସାହୁ, ଉପେନ୍ଦ୍ର କୁମାର ବିଶ୍ୱାଳ, ଧୃବ ଚରଣ କର, ପୂର୍ବତନ ସମିତି ସଭ୍ୟ ରାମ ଚନ୍ଦ୍ର ସାହୁ, ଯୁବନେତା ଗୋପାଳକୃଷ୍ଣ ଦାଶ, ଅଶୋକ ପରିଡା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ବେହେରା ସଂପୃକ୍ତ ଅଞ୍ଚଳରେ ବିକାଶ ପୁରୁଷ ଭାବେ ସର୍ବଜନାଦୃତ ଥିବା ବେଳେ ବହୁମୁଖି ପ୍ରତିଭାର ଅଧିକାରୀ ଥିଲେ । ତାଙ୍କ ଉଦ୍ୟମରେ ନିଜ ଗ୍ରାମ ଚାରିଗାଁ ଠାରେ ବନ୍ୟାଶ୍ରୟସ୍ଥଳ, ଆୟୁର୍ବେଦିକ୍ ଡାକ୍ତରଖାନା, ଖେଳ ପଡିଆ, ସ୍କୁଲ, ଆଗରପଡାରେ ଦମକଳ କେନ୍ଦ୍ର, ଷ୍ଟେଟ ବ୍ୟାଙ୍କ ଆଦି ପ୍ରତିଷ୍ଠାଲାଭ ହୋଇପାରିଛି ବୋଲି କହିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମିନତୀ ବେହେରା, ଚିନ୍ମୟୀ ବେହେରା, ରଞ୍ଜନ ସାହୁ, କୃପାସିନ୍ଧୁ ବେହେରା, ମହେନ୍ଦ୍ର କଟୁଆଳ ସହଯୋଗ କରିଥିଲେ ।