ବିକାଶ ମଞ୍ଚ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା
ହାଟଡ଼ିହି : ହାଟଡିହି ବିକାଶ ମଞ୍ଚ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିକାଶ ମଞ୍ଚର ସଭାପତି ନିତ୍ୟାନନ୍ଦ ପହିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ କ୍ଷେତ୍ରବାସୀ ରାଜ, ପ୍ରେମାନନ୍ଦ ଜେନା, ଶ୍ରୀଧର ସୁତାର, ଶୁକଦେବ ନାୟକ ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିକାଶ ମଞ୍ଚର ଉପଦ୍ଦେଷ୍ଟା ସୁରେନ୍ଦ୍ର କୁମାର ବାରିକ, ବିଷ୍ଣୁ ପ୍ରସାଦ ବେହେରା, ଆଦିକନ୍ଦ ପହି, ରମାକାନ୍ତ ମଲ୍ଲିକ, ସନାତନ ଜେନା, କାମପାଳ ନାୟକ, ଭଗବାନ ନାୟକ, ଶାନ୍ତନୁ ଜେନା, ସଦାଶିବ ଚକ୍ର, ନୃଷିହଂ ଚରଣ ସେଠୀ, ପ୍ରକାଶ ମହାନ୍ତିଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।


