ବିକାଶ ମୂଳକରେ ବାଧକ ସାଜିଛି ଜବରଦଖଲ

ବୋରିଗୁମ୍ମା,(ୱାଇ ଏନ ଏସ):ବୋରିଗୁମ୍ମା ସହରର ହାଟପଦା ଜବରଦଖଲକାରୀଙ୍କ ଯୋଗୁଁ ପ୍ରତିଦିନ ଟ୍ରାଫିକ ସମସ୍ୟା ଉପୁଜିବା ସହ ବିକାଶ ମୂଳକରେ ବାଧକ ସାଜିଛି।୩୦୦ ମିଟର ପାର ହେବାକୁ ଲାଗେ ୧୫ ମିନିଟ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ହେଲେ ବି ସତ। ଏହା କୌଣସି ସିଟି କିମ୍ବା ବଡ଼ ସହର ନୁହେଁ ତଥାପି ଏଠାରେ ପ୍ରତିଦିନ ଲୋକେ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି ଏମିତିକି ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ଗାଡି ବି ଟ୍ରାଫିକରେ ଫସି ରୁହେ।ଏ ହେଉଛି ବୋରିଗୁମ୍ମା ପିଡବ୍ଲ୍ୟୁଡ଼ି ହାଟପଦା ରାସ୍ତାରେ ପୂର୍ବରୁ ଦୁଇ ଚକିଆ ଠାରୁ ଆରମ୍ଭ କରି ଚାରି ଚକିଆ ଯାନ ଏଭଳିକି ବସ ଟ୍ରକ ବି ଆରାମ ରେ ଯିବା ଆସିବା କରୁଥିଲା।ମାତ୍ର ଗଲା କିଛି ବର୍ଷ ହେବ ଦୁଇ ଚକିଆ ବି ଯିବା ଆସିବା କାଠିକର ପାଠ ହୋଇ ଗଲାଣି।ଟିକିଏ ଅସାବଧାନତା ହେଲେ ଦୁର୍ଘଟଣା ନିଶ୍ଚିତ।ହାଟ ପଦା ରାସ୍ତାଟି ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବା ଯୋଗୁଁ ଟ୍ରାଫିକ ନିୟମକୁ ଫୁ କରି ଏଠି ବଢି ଚାଲିଛି କାରବାର। ଫଳରେ ବଢୁଛି ଜବର ଦଖଲ ଆଉ ହେଉଛି ରାସ୍ତା ଜାମ।ଯାହାକୁ ନେଇ ବଢୁଛି ଅସନ୍ତୋଷ।ରାସ୍ତାଟି ସଂକୀର୍ଣ୍ଣ ହୋଇଥିବା ବେଳେ ରାସ୍ତା କଡରେ ଅବାଧ ଅଟୋ ରିକ୍ସା ପାର୍କିଂ ପୁଣି ରାସ୍ତା ଦୁଇ କଢ଼ରେ ପରିବା ବିକାଳୀ ଏବଂ ଉଠା ଦୋକାନୀଙ୍କ ଭିଡ଼।ପ୍ରତିଦିନ ଏଠି ଟ୍ରାଫିକ ସମସ୍ୟା ସୃଷ୍ଟି ହୁଏ।ବେଳେବେଳେ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ଗାଡ଼ି ମଧ୍ୟ ଟ୍ରାଫିକ ମଧ୍ୟରେ ଫସି ରହୁଥିବା ଦେଖିବାକୁ ମିଳିଛି।
ପ୍ରଶାସନ ପକ୍ଷରୁ ବାରମ୍ବାର ଏଠି ହେଉଛି ମାପଜୁପ କିନ୍ତୁ ଧର୍ମକୁ ଆଖି ଠାର ଭଳି କେବଳ ଲୋକ ଦେଖାଣିଆ ଉଚ୍ଛେଦ କରାଯାଉଥିବା ଅଭିଯୋଗ କରିଛନ୍ତି ଲୋକେ।କିଛି ମାସ ତଳେ ପୂର୍ବତନ ତହସିଲଦାର ଏବଂ ବୋରିଗୁମ୍ମା ପୋଲିସ ମିଳିତ ଭାବେଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରି ପୁଣି ନିରବ।ପ୍ରତି ବୁଧବାର ଦିନ ବୋରିଗୁମ୍ମା ରେ ସାପ୍ତାହିକ ହାଟ ହୋଇଥାଏ।ସାପ୍ତାହିକ ହାଟ ରେ ବ୍ୟବସାୟୀ ମାନେ ରାସ୍ତା କଡ଼ରେ ବସି ବ୍ୟବସାୟ କରିଥାନ୍ତି।ଯାହାଫଳରେ ବୁଧବାର ଦିନ ଟ୍ରାଫିକ ସମସ୍ୟା କହିଲେ ନ ସରେ। ଜବରଦଖଲ ଉଚ୍ଛେଦ କରି ଟ୍ରାଫିକ ସମସ୍ୟାର ସମାଧାନ ସହ ବିକାଶ ମୂଳକ କାର୍ଯ୍ୟ ଆଗେଇ ନେବାକୁ ସହରବାସୀ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ