ବିକାଶ ଶୁନ କିନ୍ତୁ କାମ ପ୍ରବଳ
ମୋହନା, (ଅଂଶୁମାନ ପଣ୍ଡା):ମୋହନା ବ୍ଲକ ଦୀପ ତଳେ ଅନ୍ଧାର ସରୁନି ସମସ୍ୟା ହଁ ହଁ ରେ ଚାଲିଛି। ଗଜପତି ଜିଲ୍ଲା ମୋହନା ବ୍ଲକ ଓଡିଶା ର ଦୃତିୟ ବୃହତମ ବ୍ଲକ। ଯାହାକି ଆଦିବାସୀ ବହୁଳ ଅଞ୍ଚଳ ଏଠିକାର ଲୋକେ ଜଙ୍ଗଲ ଚାଷ,କୁଲି ମଜୁରୀ କରିବା ସହ ଜଙ୍ଗଲ ଜାତ୍ୟ ଖାଦ୍ୟ ବିକ୍ରୀ କରି ପରିବାର ପୋଷୁଛନ୍ତି । ନା ଅଛି ଭଲ ଶିକ୍ଷାର ବ୍ୟବସ୍ଥା ନା ଅଛି ପିଇବା ପାଣି ନା ଗାଁ କୁ ପହଂଚି ପାରୁଛି ରାସ୍ତା ବିଦ୍ୟୁତ ମଧ୍ୟ ସାତ ସପ୍ନ । କିଛି ଜାଗାରେ ଗରିବ କୁ ମିଳୁନି ରହିବା ପାଇଁ ପକାଘର, ନା ମିଳୁଛି ଜମି ପଟା । ଅଭିଯୋଗ ପରେ ଅଭିଯୋଗ ଦେଇସାରିଲେଣି ଅଞ୍ଚଳ ବାସି କିନ୍ତୁ ସେ କାଗଜ ସେମିତି ପଡିଛି ଟେବୁଲ ରେ କାର୍ଯ୍ୟଳୟ କୁ ଯାଇ ଯାଇ ଥକି ଗଲେଣି ଲୋକେ । କିନ୍ତୁ କୌଣସି ସୁବିଧା ସମାଧାନ ହୋଇନି ୩୯ଟି ପଞ୍ଚାୟତକୁ ଗ୍ରାମସେବକ ୩୩ ଜଣ ସେଥି ମଧ୍ୟରୁ ୨୮ ଜଣ କାର୍ଯ୍ୟଗତ ରେ ଅଛନ୍ତି ଆଉ ଜଣଙ୍କୁ ଦୁଇ ରୁ ତିନି ପଞ୍ଚାୟତ ର ଦାଇତ୍ୱ ।ଆଉ ଭୋଟର ସଂଖ୍ୟା୧ଲକ୍ଷ୍ୟ୫୦ହଜାର ରୁ ଉର୍ଦ୍ଧ । ବ୍ଲକ ର ଯନ୍ତ୍ରୀ ୧୧ର ଜଣକୁ ଦୁଇରୁ ଅଧିକ ପଞ୍ଚାୟତ ର କାର୍ଯ୍ୟଭାର ତୁଲାଉଛନ୍ତି । ହେଲେ କୌଣସି ଭି ଉନତି ହୋଇନି ଆଜି ପର୍ଯ୍ୟନ୍ତ । କିନ୍ତୁ ନିମ୍ନ ମାନର କାମ କରି ଟଙ୍କା ପିସି ଆକାର ରେ ଲୁଟି ଚାଲିଛନ୍ତି ଠିକା ଦାର । ଯନ୍ତ୍ରୀ ଙ୍କ ମଧୁ ଚନ୍ଦ୍ରିକା ଚାଲିଥିବା ବେଳେ କିଛି ଠିକା ଦାର ଗଣମାଧ୍ୟମ ପ୍ରତିନିଧି ଅଛନ୍ତି । ଯାହା ଫଳରେ ଭୟବିତ କରାଇ କାମ ନେଉଛନ୍ତି ଆଉ ନିମ୍ନ ମାନର କାମ କରି ଚାଲିଛନ୍ତି କେଉଁଠି ଗୋଟିଏ ବର୍ଷ ନ ପୁରୁଣୁ ଛାତରୁ ପାଣି ବାହାରୁଛି ତ କେଉଁଠି ଛାତ ର ସିମେଣ୍ଟ ଖସୁଛି ,ନିମ୍ନମାନର ସିମେଣ୍ଟ ବ୍ୟବହାର କରାଯାଉଛି । ଏହାକୁ ନୋ ଦେଖି ବିଲି ପାସ କରୁଛନ୍ତି ଯନ୍ତ୍ରୀ ଭୟରେ ଏପରିକି ଧମକ ମଧ୍ୟ୍ୟ ଦିଆ ଯାଉଛି । ଏମିତିରେ ଗ୍ରାମ ସେବକ ମାନେ ମଧ୍ୟ୍ୟ ଦୁଇ ଟି ଜାଗାରେ ଦାଇତ୍ୱ ରେ ରହି ଗରିବ ର ଟଙ୍କା ଲୁଟିବାରେ ବ୍ୟସ୍ତ । ଗୋଟେ ଧନୀ ପରିବାର କୁ ଗୋଟେ ଘରକୁ ଦୁଇ ଟି ଆବାସଯୋଜନା ରେ ଘର ଦେଇ ୧୦ହଜାର ରୁ ଉର୍ଦ୍ଧ୍ବ ଟଙ୍କା ନେଉଛନ୍ତି ଏପରିକି କିଛି ଗପନ ରଖିଛନ୍ତି ଲୋକେ । ନୂଆ ପଞ୍ଚାୟତ ଗୁଡିକରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଲୁଟିଛନ୍ତି ଗ୍ରାମସେବକ ଅଞ୍ଚଳ ର ବିକାଶ ଶୁନ କିନ୍ତୁ କାମ ପ୍ରବଳ ଅଛି । ଆଜି ପର୍ଯ୍ୟନ୍ତ ପାଣିଗଣ୍ଡା,ରାଇପଙ୍କା, ଅନ୍ତରବା, ଡେଂଗିଲି, ଯୁବ,କଟାମା ଭଳି ବିଭିନ ଜାଗାରେ ମିଳୁନି ପକା ଘର ଗରିବଙ୍କୁ । କିନ୍ତୁ ଧନୀ କୁ ମିଳୁଛି ରାସନକାର୍ଡ ପାତର ଅନ୍ତର କରେଇବା ପାଇଁ ମଧ୍ୟ୍ୟ ୫୦୦ଟଙ୍କା ଦେବା କୁ ପଡୁଛି ଖୁଦ ମୋହନା ବ୍ଲକ ମୋହନା ପଞ୍ଚାୟତ ରେ୧୭ଟି ୱାର୍ଡ ଏଠି ଲୋକ ସଂଖ୍ୟା୨୦ହଜାର ରୁ ଉର୍ଦ୍ଧ ଏଠି କୁଲି ମଜୁରିଆ ବହୁତ କିନ୍ତୁ ନା ଅଛି କାମ ନା ମିଳୁଛି ଘର ଏଠି ବିଭିନ ପ୍ରକାର ବର୍ଗର ଲୋକେ ରୁହନ୍ତି ସକାଳ ପାଇଲେ ହଜାର ହଜାର ଲୋକେ ଯିବା ଆସିବା କିନ୍ତୁ ନା କୌଣସି ସାହିକି ଭଲରାସ୍ତା ନା ଡ୍ରେନ ସୁବିଧା । ପିଇବା ପାଣି କଥା କହିବା ଯାହା ନ କହିବା ତାହା ଭଲ । କେତେଟି ସାହି ରେ ରାତି ହେଲେ ଲାଇଟ ମଧ୍ୟ ନାହିଁ ନଳକୂପ ସବୁ ଅଚଳ ସୋଲାର ପାଣି ଯୋଗାଣ ମଧ୍ୟ୍ୟ ଫେଲ ମୁଖ୍ୟ ରାସ୍ତା ରେ ଆଣ୍ଠେପାଣି ଯାଉଛି କିନ୍ତୁ କୌଣସି ନଜର ନାଇଁ ବଷ୍ଟାଣ୍ଡକାମ ମଧ୍ୟ୍ୟ ଅଧା ରେ। ଶିଶୁ ଉଦ୍ୟାନ ଅଧା ପାନ୍ତରା ଅଙ୍ଗନ ବାଡ଼ିଗୃହ ଅଧା ସେଠୀ ଚାଲିଛି ଖେଳ । କଲ୍ୟାଣିମଣ୍ଡପ ପାଲଟିଛି ମଦୁଆଙ୍କ ଆଡ୍ଡା ସ୍ଥଳୀ ।ପାତ୍ରସାହି,ହରିଜନସାହି,ଢେପସାହି,ଜଗନାଥମନ୍ଦିର ସାହି, ଶିବମନ୍ଦିର ସାହି, କ୍ରିଷ୍ଟିଆନ ସାହି କୁ ଦେଖିଲେ ମୋହନା କେତେ ଉନତି ହୋଇଛି ଜଣା ପଡୁଛି ୨୦୦୩ ଠାରୁ ୨୦୧୮ ଏଥି ମଧ୍ୟରେ୧୦ଟି ବିଡିଓ ଗଲେଣି କିନ୍ତୁ କୌଣସି କାମ ହୋଇନି । ମୋହନା ଅଞ୍ଚଳରେ ରେ ଖାଲି କଥା ରେ ଚାଲିଛି କିନ୍ତୁ କାମ ଶୁନ ବହୁ ରାଜନେତା ଗଲେଣି ଜିଲ୍ଲା ପାଳ ଅଦଳ ବଦଳ ହେଲେ କିନ୍ତୁ ଅଭିଯୋଗ କୁ କିଏ ସମାଧାନ କରିନାହାନ୍ତି ଯେପରି ଅଞ୍ଚଳ ସେମିତି ଅଛି ଖାଲି ଭାଷଣ ରେ ଉନତି କରିବୁ ପ୍ରତିଶୃତି ତେବେ ଦେଖା ଯାଉ କେବେ ଅଞ୍ଚଳ ରୁ ଦୁର୍ନୀତି ହଟିବ ଆଉ ଲୋକେ ସବୁ ସୁବିଧା ପାଇବେ ନଚେତେ ଅନ୍ଧାଳନ କୁ ଉଲାଇବେ ଅଞ୍ଚଳ ବାସୀ ବୋଲି ବୁଦ୍ଧିଯିବି ମହଲରେ ଚର୍ଚ୍ଚା ଧରିଛି ଏଇ ବିଷୟରେ ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା ଙ୍କୁ ପଚାରିବାରୁ ସେ କହିଛନ୍ତି ଜିଲ୍ଲାପାଳଙ୍କ ସହ ଆଲଚନା କରି ତୁରନ୍ତ ସମାଧାନ କରାଯିବ