ବିଗତ ଲଗାଣ ବର୍ଷାର କ୍ଷୟକ୍ଷତିର ସହାୟତା ଚାଷୀଙ୍କୁ ତୁରନ୍ତ ପ୍ରଦାନ ପାଇଁ ଦାବୀ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ବିଗତ ୨୦୧୮-୧୯ ବର୍ଷରେ ଲଗାଣ ବର୍ଷା ଜନିତ କୃଷିକ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତିର ସହାୟତା ତୁରନ୍ତ ଚାଷୀମାନଙ୍କୁ ପ୍ରଦାନ କରାଯିବାକୁ ଦାବୀ କରାଯାଇଛି । କେନ୍ଦ୍ରାପଡା ତହସିଲ ଅନ୍ତର୍ଗତ ଗାଙ୍ଗପଡା ଗ୍ରାମପଂଚାୟତର ଚାଷୀମାନେ ମଙ୍ଗଳବାର କେନ୍ଦ୍ରାପଡା ତହସିଲଦାରଙ୍କୁ ଭେଟି ୨୦୧୮-୧୯ ବର୍ଷରେ ଲଗାଣ ବର୍ଷା ଜନିତ କୃଷିକ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତିର ସହାୟତା ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଅନୁଯାଇ ତୁରନ୍ତ ପ୍ରଦାନ କରାଯିବାକୁ ଦାବୀ କରାଯାଇଛି । ଅସିତବନ୍ଧୁ ଧଳ(ବାବୁ), ହୃଷିକେଶ ରାଉତ, ଜ୍ଞାନରଞ୍ଜନ ପାତ୍ର, ତ୍ରିଲୋଚନ ପାତ୍ର, ବିଚିତ୍ରାନନ୍ଦ ଜେନା, ବାନାମ୍ବର ସାହୁ, ପ୍ରଫୁଲ୍ଲ ରାଉତ, ମୁରଲୀଧର ଦାସ, ଦିବାକର ପ୍ରଧାନ, ରଞ୍ଜିତ ରାଉତ, ବିଷ୍ଣୁ ଚରଣ ସାହୁ, ସଂଗ୍ରାମ କେଶରୀ ରାଉତ, ମନୋଜ କୁମାର ପାତ୍ର ପ୍ରମୁଖ ଶତାଧିକ ଚାଷୀ ତହସିଲଦାରଙ୍କୁ ଭେଟି ଚାଷୀମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯିବାକୁ ଦାବୀ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ