ବିଗତ ୨୪ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ସ୍ପେନରେ ସର୍ବାଧିକ ମୃତ୍ୟୁ

ନୂଆଦିଲ୍ଲୀ : ବିଶ୍ବରେ କରୋନାର ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ଟପିଲାଣି । ଦୁନିଆରେ ମୋଟ୍‌ ୫,୩୬,୬୧୭ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେହିପରି କରୋନା ଯୋଗୁଁ ମୋଟ୍‌ ୨୪,୧୧୮ ଜଣଙ୍କର ମୃତ୍ୟୁ ଘଟିଲାଣି। ସେହିପରି ସୁସ୍ଥ ହୋଇଛନ୍ତି ୧,୨୪,୪୦୮ଜଣ । ଚୀନ୍‌ ପରେ ୟୁରୋପରେ ଏହା ବେଶ୍‌ ଭୟଙ୍କର ରହିଛି । ସ୍ପେନ୍‌ରେ ଗତ ୨୪ ଘଣ୍ଟାରେ ୭୧୮ଜଣଙ୍କର ମୃତ୍ୟୁ ହୋଇଛି । ସ୍ପେନ୍‌ରେ ସର୍ବମୋଟ୍‌ ମୃତ୍ୟୁ ସଂଖ୍ୟା ୪,୩୬୫ରେ ପହଞ୍ଚିଛି । ଗୁରୁବାର ଦିନ ସ୍ପେନ୍‌ରେ ୭୧୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆମେରିକାରେ ବିଗତ ୨୪ଘଣ୍ଟା ମଧ୍ୟରେ ୧୬,୦୦୦ ଲୋକ କରୋନା କବଳରେ ଆସିଥିବାବେଳେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮୫ହଜାରକୁ ଟପିଛି । ସେହିପରି ଇଟାଲୀରେ କରୋନା ଯୋଗୁଁ ମୃତ୍ୟସଂଖ୍ୟା ଆଠ ହଜାର ପାର୍‌ କରିଛି । ଓ୍ବାଲ୍ଡୋମିଟରର ପରିସଂଖ୍ୟାନ ଅନୁସାର ଗତ ୨୪ ଘଣ୍ଟା ଧ୍ୟରେ ଇଟାଲୀରେ ୬୮୩ଜଣଙ୍କର ମୃତ୍ୟୁ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ