ବିଧାୟକଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ

ବୁଗୁଡା – ବୁଗୁଡା ବ୍ଳକର ବି.କରଡାବାଡି, କରଚୁଲି ଓ କରସିଙ୍ଗି ପଞ୍ଚାୟତର ବିଭିନ୍ନ ପ୍ରକଳ୍ପକୁ ଶୁକ୍ରବାର ଦିନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଉଦ୍‌ଘାଟନ କରିଛନ୍ତି । ସେଗୁଡିକ ହେଲା ହରିଡାଚିରା ଗ୍ରାମର ପାଠାଗାର ଗୃହ, କରସିଙ୍ଗି ପଞ୍ଚାୟତର ନୂତନ କ।ର୍ଯ୍ୟକ୍ରମ ଗୃହ, ଭାବସର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ, ଓ ବି କରଡ଼ାବାଡ଼ି ଗ୍ରାମର ଅଙ୍ଗନାବାଡି କେନ୍ଦ୍ରର ନୂତନ ଗୃହ । ଏହିସବୁ କ।ର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ରେବତୀ ମୋହନ ନାୟକ,ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଅତିଥି ଭାବେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ