ବିଗ୍ବସ୍ ନୂଆ ଲର୍ଭବାର୍ଡ ପାଲଟିଛନ୍ତି ଆସିମ୍-ହିମାଂଶୀ
ଚଳିତ ଥର ଦର୍ଶକଙ୍କ ଖୁବ୍ ମନୋରଞ୍ଜନ କରୁଛି ଲୋକପ୍ରିୟ ରିଆଲିଟି ଶୋ’ ବିଗ୍ବସ୍ । ଝଗଡା ହେଉ ଅଥବା ରୋମାନ୍ସ ସବୁର ଡୋଜ୍ ଦେଖିବାକୁ ମିଳୁଛି ଶୋ’ରେ । କିଛିଦିନ ତଳେ ପ୍ରତିଯୋଗୀ ସିଦ୍ଧାର୍ଥ ଶୁକ୍ଳା ଏବଂ ଆସିମ ରିଆଜଙ୍କ ମଧ୍ୟରେ ଝଗଡା ଚର୍ଚ୍ଚାର ବିଷୟ ପାଲଟିଥିଲା । ଆଉ ଏବେ ଆସିମଙ୍କ ପ୍ରେମ ସମ୍ପର୍କ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ବିଗ୍ବସ୍ ଘରେ ଆସିମ ପଞ୍ଜାବୀ ଗାୟିକା ହିମାଂଶୀଙ୍କ ପ୍ରେମରେ ପଡିଛନ୍ତି । କହିବାକୁ ଗଲେ ହିମାଂଶୀଙ୍କୁ ଏକତରଫା ପ୍ରେମ କରୁଛନ୍ତି ଆସିମ୍ । କାରଣ ହିମାଂଶୀ ଜଣଙ୍କୁ ଭଲପାଉଛନ୍ତି । ଏପରିକି ଉଭୟଙ୍କ ନିର୍ବନ୍ଧ ମଧ୍ୟ ସରିଛି । ଏସବୁ ଜାଣି ମଧ୍ୟ ଆସିମ ତାଙ୍କୁ ଦୁନିଆର ସବୁଠାରୁ ସୁନ୍ଦର ମହିଳା କହିବା ସହ ମନ ଦେଇ ବସିଛନ୍ତି । ଖୋଲାଖୋଲି ଭାବେ ହିମାଂଶୀ ଏହାକୁ ସ୍ୱିକାର କରୁ ନ ଥିଲେ ହେଁ ସେ ଜଣେ ବନ୍ଧୁ ଭାବେ ଆସିମ୍ଙ୍କ ପାଖେ ପାଖେ ରହୁଛନ୍ତି । ଏଣୁ ବିଗ୍ବସ୍ ଆଗାମୀ ଏପିସୋଡରେ ନୂଆ ଲର୍ଭବାର୍ଡଙ୍କ ମଧ୍ୟରେ କିଛି ସ୍ପେଶାଲ କନେକ୍ସନ ଦେଖିବାକୁ ମିଳିବ ବୋଲି ଆସିମଙ୍କ ପ୍ରଶଂସକମାନେ ଆଶା କରୁଛନ୍ତି । ଅପରପକ୍ଷେ ସିଦ୍ଧାର୍ଥଙ୍କ ସହ ଶହନାଜଙ୍କୁ ଯୋଡ଼ା ଯାଉଛି । ଉଭୟଙ୍କ ବନ୍ଧୁତା ଏବଂ ଖଟାମିଠା ସମ୍ପର୍କ ଅନେକଙ୍କୁ ପସନ୍ଦ ଆସୁଛି । ସେମାନଙ୍କ ଯୋଡ଼ିକୁ ସିଡନାଜ୍ ବାଲି କୁହାଯାଉଛି ।


