ବିଗ୍ ବସ୍ ବିଜେତା ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ପରଲୋକ
ମୁମ୍ବାଇ: ବିଗ୍ବସ୍ର ଜିତି ଚଚ୍ର୍ଚ୍ଚାକୁ ଆସିଥିବା ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଆଉ ନାହାନ୍ତି । ଆଜି ହୃଦ୍ଘାତରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲା। ସେ ବହୁ ସିରିଏଲ କାମ କରିଥିବା ବେଳେ ତାଙ୍କର ଏହି କମ୍ ବୟସରେ ପରଲୋକ ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପ୍ରକାଶିତ ସୂଚନା ଅନୁଯାୟୀ ଅଭିନେତାଙ୍କୁ କପୁର୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ପ୍ରଶଂସକ ତଥା ଶିଳ୍ପ ସହ ଜଡିତ ଲୋକଙ୍କୁ ଏକ ବଡ଼ ଧକ୍କା ଦେଇଛି। । ଟିଭି ଶୋ’ବାଲିକା ବଧୂ’ରେ ସିଦ୍ଧାର୍ଥ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ। ଏହା ପରେ ସେ ବିଗ୍ ବସ୍ 13 ମଧ୍ୟ ଜିତିଥିଲେ |


