ପୂର୍ବତନ ରାଜ୍ୟସଭା ସାଂସଦ ଚନ୍ଦନ ମିତ୍ରଙ୍କ ପରଲୋକ

ନୂଆଦିଲ୍ଲୀ: ପରଲୋକରେ ପୂର୍ବତନ ରାଜ୍ୟସଭା ସାଂସଦ ଚନ୍ଦନ ମିତ୍ର । ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଚନ୍ଦନ ମିତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ସେହିପରି ବହୁ ବିଶିଷ୍ଟ ବ୍ୟକ୍ତି ବି ତାଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି । ୨୦୦୩ ମସିହାରେ ପ୍ରଥମ ଥର ରାଜ୍ୟସଭାକୁ ମନୋନୀତ ହୋଇଥିଲେ ଚନ୍ଦନ ମିତ୍ର । ପରେ ୨୦୧୦ରେ ଦ୍ୱିତୀୟ ଥର ଯାଇଥିଲେ ରାଜ୍ୟସଭା । ବିଜେପି ସଦସ୍ୟ ଭାବରେ ମଧ୍ୟପ୍ରଦେଶରୁ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୬ରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ଭେଟେରାଲ୍ ଲାଲକୃଷ୍ଣ ଆଡଭାନିଙ୍କ ଘନିଷ୍ଠ ଥିଲେ ଚନ୍ଦନ ମିତ୍ର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ