ବିଗ୍ ବିଙ୍କ ପରେ ପୁଅ ଅଭିଷେକ କରୋନା ସଂକ୍ରମିତ

ମୁମ୍ବାଇ : ବିଗ୍ ବି ଅମିତାଭ ବଚ୍ଚନ କରୋନା ପଜିଟିଭ୍ ଆସିବା ପରେ ତାଙ୍କ ପୁଅ ଅଭିଷେକ ବଚ୍ଚନ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ପିତା ଅମିତାଭ କରୋନା ପଜିଟିଭ ଆସିବା ପରେ ୪୪ ବର୍ଷୀୟ ଅଭିଷେକ ବଚ୍ଚନଙ୍କ କରୋନା ପରୀକ୍ଷା କରାଯାଇଥିଲା। ସମଗ୍ର ବଚ୍ଚନ ପରିବାର ଏବଂ ସେମାନଙ୍କ କର୍ମଚାରୀଙ୍କୁ ପରୀକ୍ଷା କରାଯାଇଥିଲା, ଏହା ପରେ ଅଭିଷେକ ବର୍ତ୍ତମାନ କରୋନା ପଜିଟିଭ୍ ବୋଲି ଜଣାପଡିଛି। ଅଭିଷେକଙ୍କୁ ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ଅଭିଷେକ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଏହା ପୂର୍ବରୁ ମିତାଭ ବଚ୍ଚନ କରୋନାରେ ସଂକ୍ରମିତ ହେବା ପରେ ତାଙ୍କୁ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୭୭ ବର୍ଷୀୟ ଅମିତାଭ ବଚ୍ଚନ ନିଜେ ଟ୍ୱିଟର ମାଧ୍ୟମରେ ସେ କରୋନା ପଜିଟିଭ ଆସିଥିବା ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ