ବିଗ୍ ବି’ଙ୍କ ୨୬ କର୍ମଚାରୀଙ୍କ ରିପୋର୍ଟ ନେଗେଟିଭ୍‌

ମୁମ୍ବାଇ: ବିଗ୍ ବି’ ଅମିତାଭ ବଚ୍ଚନ, ତାଙ୍କ ପୁଅ ଅଭିଷେକ, ବୋହୂ ଐଶ୍ୱର୍ଯ୍ୟା ଓ ନାତୁଣୀ ଆରାଧ୍ୟା କରୋନାରେ ଆକ୍ରାନ୍ତ ହେବା ତାଙ୍କର ୨୬ କର୍ମଚାରୀଙ୍କ ଟେଷ୍ଟ କରାଯାଇଥିଲା ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ମାତ୍ର ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହାଯାଇଛି। ସେମାନେ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବେ। ଅମିତାଭ ଓ ଅଭିଷେକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ଅବସ୍ଥା ସ୍ଥିର ରହିଛି। ସେମାନଙ୍କ ଠାରେ ଆଉ କରୋନା ଲକ୍ଷଣ ନାହିଁ। ସେହିଭଳି କରୋନା ସଂକ୍ରମିତ ହୋଇଥିଲେ ମଧ୍ୟ ଐଶ୍ୱର୍ଯ୍ୟା ଓ ତାଙ୍କ ଝିଅ ଆରାଧ୍ୟା ହୋମକ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ଅନ୍ୟପକ୍ଷରେ ଏକ ଟ୍ୱିଟ୍ କରି ଅମିତାଭ ଲେଖିଛନ୍ତି ଯେ ତାଙ୍କ ପାଇଁ ତଥା ତାଙ୍କ ପୁଅ, ବୋହୂ ଓ ନାତୁଣୀଙ୍କ ଦ୍ରୁତ ଆରୋଗ୍ୟ କାମନା କରିଥିବା ସମସ୍ତ ଲୋକଙ୍କୁ ଧନ୍ୟବାଦ। ସେ ସେମାନଙ୍କ ଠାରେ ଋଣି ହୋଇ ରହିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ