ବିଛଣା ପାଖରେ ଫୋନ୍‍ ରଖୁଥିଲେ…

ବିଶ୍ୱସ୍ତରରେ ହୋଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି ୫୫ ପ୍ରତିଶତରୁ ଅଧିକ ଲୋକ ଶୋଇବା ସମୟରେ ସ୍ମାର୍ଟାଫୋନକୁ ବିଛଣା ପାଖେ ରଖିଥାନ୍ତି । ସମସ୍ତେ ଭଲ ଭାବେ ଅବଗତ ଯେ ଏହି ସ୍ମାର୍ଟଫୋନ କାରଣରୁ ସେମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହା ସତ୍ତ୍ୱେ ଫୋନର ମାୟାରୁ ବର୍ତ୍ତି ପାରୁନାହାନ୍ତି । ଲୋକଙ୍କ ମତାମତ ନିଆଗଲା ବେଳେ କେତେ ଜଣ କହିଥିଲେ ଜ୍ଞାତିପରିଜନଙ୍କ ସୁବିଧା ଅସୁବିଧା ହଠାତ୍‌ ଜାଣିବା ନିମନ୍ତେ ସେମାନେ ଫୋନ ପାଖରେ ରଖିଥାନ୍ତି । ଅନ୍ୟ କେତେକଙ୍କ ଥିଲା ରାତିରେ ଭିଡିଓ ଦେଖି ଶୋଇବା ସେମାନଙ୍କର ଏକ ଅଭ୍ୟାସରେ ପରିଣତ ହୋଇଛି । ଏଭଳି ଅଭ୍ୟାସର ଯଦି ଆପଣ ବଶବର୍ତ୍ତୀ ତେବେ ଯଥାଶୀଘ୍ର ଏଥିରୁ ବାହାରି ଆସିବାକୁ ଚେଷ୍ଟା କରନ୍ତୁ । ଫୋନକୁ ପାଖରେ ରଖିଲେ ଆପଣଙ୍କ ମସ୍ତିଷ୍କ ଉପରେ ପ୍ରଥମେ ଏହାର କୁପ୍ରଭାବ ପଡ଼ିଥାଏ । ସାମାନ୍ୟ କଥାରେ ଯଦି ଆପଣ ଚିଡଚିଡା ହେଉଛନ୍ତି କିମ୍ବା ବାରମ୍ବାର ମୁଣ୍ଡ ବିନ୍ଧୁଛି ତେବେ ଜାଣି ରଖନ୍ତୁ ଯେ ଫୋନ୍‍ କାରଣରୁ ଏସବୁ ହେଉଛି ।
କିଛି ବର୍ଷ ତଳେ ଲୋକେ ଲ୍ୟାଣ୍ଡଫୋନ ଓ ଚିଠି ଉପରେ ନିର୍ଭର କରି ସପ୍ତାହ ସପ୍ତାହ ଅତିବାହିତ କରୁଥିଲେ । ବର୍ତ୍ତମାନର ପରିସ୍ଥିତି କିନ୍ତୁ ଜଟିଳ ହୋଇଛି ବୋଲି ଅଧିକାଂଶଙ୍କ ମତ ।
ଆପଣ ଯଦି ନିଦ୍ରାହୀନତା ରୋଗରେ ଆକ୍ରାନ୍ତ ଏହା ପଛର ମୁଖ୍ୟ କାରଣ ଏଇ ସ୍ମାର୍ଟଫୋନ ବ୍ୟବହାର ଓ ପାଖରେ ରଖି ଶୋଇବା । ନିକଟରେ ହୋଇଥିବା ଏକ ପରୀକ୍ଷାରୁ ଜଣାପଡ଼ିଛି ସ୍ମାର୍ଟଫୋନ ଥାକରେ ରଖି ଆପଣ ସେହି କକ୍ଷରେ ଶୋଇଲେ ମଧ୍ୟ ତାହାର ରଶ୍ମିର ପ୍ରଭାବ ଶରୀର ଉପରେ ପଡ଼ିଥାଏ । ବର୍ତ୍ତମାନଠାରୁ ଏସବୁ ବାବଦରେ ସଚେତନ ହୋଇଯାନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ