ବିଜାତଳା ବ୍ଲକ ସ୍ତରୀୟ ସାମର୍ଥ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ସରକାରୀ ଉପ୍ରା ସ୍କୁଲ, ଜୁଡିଆରେ ତିନି ଦିନିଆ ସାମର୍ଥ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇ ଯାଇଛି l ସିଡବ୍ଲ୍ୟୁଏସଏନ ସମ୍ବଳ ଶିକ୍ଷକ ଦୟାନିଧି ଧୋନି, ପ୍ରଶାନ୍ତ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ପ୍ରଶିକ୍ଷକ ଅଜୟ ପଟ୍ଟନାୟକ, ଭୀମ ମାର୍ଣ୍ଡି,ସତ୍ୟଜିତ ସାହୁ ପ୍ରଶିକ୍ଷଣ ପ୍ରଦାନ କରିଥଲେ l ଦିବ୍ୟାଙ୍ଗ ପିଲାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଉଦ୍ଦିଷ୍ଟ ଉପାୟ ଉପରେ ଆଲୋଚନା ହୋଇଥିଲା l ଉଦଯାପନୀ ଦିନ ବିଇଓ ନେପାଳ ମୁଣ୍ଡା ଯୋଗ ଦେଇ କାର୍ଯ୍ୟକ୍ରମର ଉପଯୋଗିତା ଉପରେ ଆଲୋକପାତ କରିଥଲେ l ବିଭିନ୍ନ ସ୍କୁଲ,କଲେଜର ୫୦ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ଏହି ପ୍ରଶିକ୍ଷଣ ଗ୍ରହଣ କରିଥଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ