ବିଜୁଜନତା ଦଳ ପକ୍ଷରୁ ଜଗତସିଂହପୁରରେ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜଗତସିଂହପୁର (ଅଭିଷେକ ତ୍ରିପାଠୀ )ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଗାନ୍ଧୀ ଜୟନ୍ତୀରୁ ବିଜୁ ଜନତା ଦଳ ତରଫରୁ ସାମାଜିକ ସେବା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ନଭେମ୍ବର ୨ ଯାଏ ବିଭିନ୍ନ ସାମାଜିକ ସେବା କାର୍ଯ୍ୟକ୍ରମ ହାତକୁ ନିଆଯିବ । ଜଗତସିଂହପୁର ର ମାନ୍ୟବର ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲିଙ୍କ ନିର୍ଦ୍ଦେଶରେ ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଇ° ସମିତ କୁମାର ଲେଙ୍କାଙ୍କ ନେତୃତ୍ୱରେ ଏସ୍ ଭି ଏମ କଲେଜ ପରିସର ଓ ଶ୍ରୀକୃଷ୍ଣ ଏକାଡେମୀ ବିଦ୍ୟାଳୟ ପରିସର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ନଗର ବିଜେଡ଼ି ସଭାପତି ପ୍ରିୟବ୍ରତ ମହାପାତ୍ର, ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷ ମଧୁସୂଦନ ସାହୁ, ଆତ୍ମା ଅଧ୍ୟକ୍ଷ ବାବୁଲି ସାହୁ ଙ୍କ ସମେତ ବିଜୁ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ