ବିଜୁବାବୁଙ୍କ ଶ୍ରାଦ୍ଧଦିବସ ଅବସରରେ କେନ୍ଦ୍ରାପଡାରେ ୫୦ହଜାର ମାସ୍କ ବୀତରଣ କରାଯିବ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧଦିବସ ଅବସରରେ ଆଜିର ବିଶ୍ୱ ମହାମାରୀ କରୋନା ଭୂତାଣୁରୁ ସୁରକ୍ଷା ଉଦେଶ୍ୟରେ କେନ୍ଦ୍ରାପଡାର ଗରୀବ ଜନସାଧାରଣଙ୍କ ପାଇଁ ବିଧାୟକ ଶଶୀଭୂଷଣ ବେହେରାଙ୍କ ନିଜସ୍ୱ ଉଦ୍ୟମରେ ୫୦ହଜାର ମାସ୍କ ପର୍ଯ୍ୟାୟକ୍ରମେ ବଂଟନ କରାଯିବା କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ ହୋଇଛି । ବନ୍ୟା, ବାତ୍ୟା ବିପର୍ଯ୍ୟୟର ବନ୍ଧୁ ଭାବେ ବିଜୁ ବାବୁଙ୍କର ସ୍ୱତନ୍ତ୍ର ପରିଚୟ କେନ୍ଦ୍ରାପଡାବାସୀଙ୍କ ନିକଟରେ ଏବେବି ଅମଳିନ ରହିଛି । କରୋନା ଭୂତାଣୁ ଜନିତ ଏହି ସଂଗୀନ ଅବସ୍ଥାରେ ସାଧାରଣ ଜନତା ବିପଦର ବନ୍ଧୁ ବିଜୁବାବୁଙ୍କୁ ମନେ ପକାଉଥିବେ । କେନ୍ଦ୍ରାପଡାରେ ତାଙ୍କ ଶ୍ରାଦ୍ଧଦିବସ ପାଳନ ଅବସରରେ ପ୍ରିୟ ବିଧାୟକ ଶଶୀଭୂଷଣ ବେହେରା ଜନସେବା ଉଦେଶ୍ୟରେ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳିରେ ୫୦ହଜାର ମାସ୍କ ବଂଟନର ଶୁଭାରମ୍ଭ କରାଇଛନ୍ତି । ସାଧାରଣରେ ବିଧାୟକ  ବେହେରାଙ୍କ ଏହି ଉଦ୍ୟମର ଭୂୟସୀ ପ୍ରଶଂଶା ହେଉଛି । ପୂର୍ବରୁ ନିଜସ୍ୱ ପାଣ୍ଠିରୁ ୭୦ଲକ୍ଷ ଟଙ୍କା ପ୍ରଦାନ ସହିତ ଗୋଟିଏ ଶୀତତାପ ଆମ୍ବୁଲାନ୍ସ ଜନସେବା ପାଇଁ ପ୍ରଦାନ କରିଥିବା ଏବଂ ପାନୀୟ ଜଳ ଯୋଗାଣ ନିମନ୍ତେ ଟ୍ରାକ୍ଟର ସହିତ ଟ୍ୟାଙ୍କରର ବ୍ୟବସ୍ଥା କରିଛନ୍ତି । କରୋନା ସଂଙ୍କ୍ରାନ୍ତୀୟ ସମସ୍ୟା ଦୂର କରିବା ପାଇଁ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ବିଧାୟକ ବେହେରା ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ପୋରନିର୍ବାହୀ ଅଧିକାରୀ, ବ୍ଲକ ଅଧିକାରୀ, ପୋଲିସ ପ୍ରଶାସନ ଓ କାର୍ଯ୍ୟରତ ସରକାରୀ କର୍ମଚାରୀମାନଙ୍କ ସହିତ ଲଗାତର ଯୋଗାଯୋଗରେ ରହିଥିବା ଏବଂ ଜନ ପ୍ରତିନିଧି ଏବଂ ସାମାଜିକ ସଂଗଠନ ଗୁଡିକ ଏଦିଗରେ କାର୍ଯ୍ୟକରିବାକୁ ସେ ପ୍ରୋତ୍ସାହିତ କରୁଛନ୍ତି । ଆଜି ପ୍ରଥମ ପର୍ଯ୍ୟାୟରେ ସଦରମହକୁମା ଡାକ୍ତରଖାନାରେ ଏଡିଏମଓଙ୍କୁ , ପୋଲିସ ପ୍ରଶାସନ, ବ୍ଲକ ପ୍ରଶାସନ ଏବଂ ପୈାରାଚଂଳର ୨୧ଟି ୱାର୍ଡରେ ୧୦ହଜାର ମାସ୍କ ବଂଟନ କରାଯାଇଛି । ବିଧାୟକ ବେହେରାଙ୍କ ନିର୍ଦେଶକ୍ରମେ ତାଙ୍କ ପ୍ରତିନିଧି ଶିବପ୍ରସାଦ ଭଳ, ନଗର ବିଜେଡି ସଭାପତି ଯଯାତି କେଶରୀ ମହାନ୍ତି, ମଙ୍ଗଳ ବରଣ ସିଂ, ହିରଣ୍ୟ କୁମାର ପଣ୍ଡା ପ୍ରମୁଖ ଏହି କାର୍ଯ୍ୟ କରିଥିଲେ । ଜନ ନେତାଙ୍କ ପ୍ରତ୍ୟେକ୍ଷ ଓ ପରୋକ୍ଷ କାର୍ଯ୍ୟ ପାଇଁ କେନ୍ଦ୍ରାପଡାବାସୀ ଗର୍ବୀତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ