ବିଜୁବାବୁ’ ଏ ମାଟିର ଅଗ୍ନିଷ୍ଫୁଲିଙ୍ଗ : ପାଇକ ମହାସଂଘ

ଭୁବନେଶ୍ୱର : ସେ ଝଡ଼ର ଇଗଲ, ମାଟିର ମୂର୍ତ୍ତିକାର, କଳିଙ୍ଗ ସମ୍ରାଟ ଉକ୍ରଳ ଷଣ୍ଢ, ଦ୍ୱିତୀୟ ଐରଖାରବେଳ, ଏମାଟି ଗର୍ବ ଓ ଗୌରବ, ଆଗାମୀ ଦିନରେ ଏହିଭଳି ମଣିଷ ଏ ଉକ୍ରଳରେ ଜନ୍ମ ନେବେ ଏହା ମଧ୍ୟ ପ୍ରଶ୍ନବାଚୀ । ସେ ବିଶ୍ୱରତ୍ନ, ଏ ଓଡ଼ିଆ ଜାତିର ଅଗ୍ନିଷ୍ଫୁଲିଙ୍ଗ ବୋଲି କହିଛନ୍ତି ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ । ସେ ଏକମାତ୍ର ଭାରତବର୍ଷର ବ୍ୟକ୍ତି ଯାହାଙ୍କ ନିଧନରେ ତିନୋଟି ରାଷ୍ଟ୍ରରେ ଶୋକପାଳନ କରାଯାଇଥିଲା । ସେ ଥିଲେ ଇଣ୍ଡୋନେସିଆର ଭୂମିପୁତ୍ର, ଯାହାଙ୍କ ପ୍ରତ୍ୟେକଟି ଶବ୍ଦ ଓଡ଼ିଆ ଜାତିକୁ ବିଶ୍ୱ ଦରବାରରେ ପ୍ରତିଷ୍ଠା କରିବାରେ ସାହାଯ୍ୟ କରେ । ସାହାସୀ, ଯୋଦ୍ଧା, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କର ଜୀବନୀ ଏକ ଇତିହାସ ଅଟେ । ଆଗାମୀ ଦିନରେ ଯୁବପିଢୀଙ୍କ ପାଇଁ ପ୍ରେରଣାର ଉତ୍ସ ଅଟେ । ସେ ଆଜି ପ୍ରବାଦ ପୁରୁଷ ଭାବରେ ରହିଗଲେ ଏହି ପିଢୀ ଭିତରେ । ଆଗାମୀ ପିଢୀ ତାଙ୍କ ବିଷୟରେ କୌଣସି ତଥ୍ୟ ଜାଣିପାରିବ ନାହିଁ । ତାଙ୍କ ଜୀବନୀକୁ ନେଇ ପାଠ୍ୟପୁସ୍ତକରେ ସ୍ଥାନ ଦେବା ଏବଂ ତାଙ୍କ ବିଷୟରେ ଅଧିକ ଗବେଷଣା କରିବା ପାଇଁ ପ୍ରୋତ୍ସାହନ ଦେବାକୁ ମହାସଂଘ ଦାବୀ କରିଛି । ବାରମ୍ବାର କେନ୍ଦ୍ର ସରକାରଙ୍କୁ ପାଇକ ମହାସଂଘ ବିଜୁବାବୁଙ୍କୁ ମରୋଣତ୍ତର ‘ଭାରତ ରତ୍ନ’ ଦେବାକୁ ଦାବୀ କରିଥିଲେ ମଧ୍ୟ ରାଜନୈତିକ ପଶାପାଲିରେ ଆଜି ଏହି ଜନନାୟକଙ୍କୁ ବାନ୍ଧି ଦିଆଯାଇଛି । ସେ ବିଶ୍ୱନେତା ଭାବରେ ନିଜକୁ ପ୍ରତିଷ୍ଠା କରିପାରିଥିଲେ । ରାଜ୍ୟ ସରକାର ମଧ୍ୟ ତାଙ୍କ ନାମରେ କେବଳ ଯୋଜନା କରି ତାଙ୍କୁ ଯୋଜନା ପୁରୁଷ ଭିତରେ ବାନ୍ଧିଦେଲେ । ତାଙ୍କ ବିଷୟରେ କୌଣସି ପାଠ୍ୟପୁସ୍ତକରେ ସମ୍ପୂର୍ଣ୍ଣ ଜୀବନୀକୁ ନେଇ ସ୍ଥାନ ଦିଆଯାଇ ନାହିଁ କି ଗବେଷଣା ପାଇଁ ପ୍ରୋତ୍ସାହନ ଦିଆଯାଉନାହିଁ । ଏହା ଅତ୍ୟନ୍ତ କ୍ଷୋଭର ବିଷୟ । ଯେଉଁ ବିଜୁବାବୁ ପାଇକ ଆଖଡ଼ାର ପୁନରୁଦ୍ଧାର ପାଇଁ ପ୍ରୟାସ କରିଥିଲେ ତାହା ଆଜି ମାଟିରେ ମିଶିଗଲାଣି । ପାଇକ ରେଜିମେଣ୍ଟ କଥା ପ·ାରେ କିଏ? ଯାହାଙ୍କ ସ୍ୱପ୍ନ ଥିଲା ପାଇକ ଏକାଡ଼େମୀ ଗଠନ କରିବା, ତାହା ଆଜି ସ୍ୱପ୍ନରେ ରହିଗଲା । ଆଗାମୀ ଦିନରେ ବିଜୁବାବୁଙ୍କ ଉପରେ ଗବେଷକମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବାକୁ ପାଇକ ମହାସଂଘ ଘୋଷଣା କରିଛି, ଆଜିର ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ସଭାପତି ରାଜକିଶୋର ବେହେରା, ଭୁବନେଶ୍ୱର ସଭାପତି ଅଜୟ ନାଏକ, ରାଜ ଉପଦେଷ୍ଟା ଭୀମସେନ ବିଶ୍ୱାଳ, ବିଭୂତି ସ୍ୱାଇଁ, ଖୋର୍ଦ୍ଧା ଜିଲ୍ଲା ସଭାପତି ପୂର୍ଣ୍ଣ ପାଟ୍ଟଶାଣି, ରାଜ୍ୟ କୋଷାଧ୍ୟକ୍ଷ ରଞ୍ଜନ ବଳିୟା ସିଂହ, ଉପସଭାପତି ଭୀମ ପାଇକରାୟ, ପାଇକଗୁରୁ ଭାସ୍କର ସୁନ୍ଦରାୟ, ଗଡ଼ଦୋକନ୍ଦା ଦଳବେହେରା, ମନୋରଞ୍ଜନ ପଶ୍ଚିମ କବାଟ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ