ବିଜୁଳି ଦରବୃଦ୍ଧି ପ୍ରତ୍ୟାହାର କରିବାବୁ ଦାବି କଲା ଗଂଜାମ ବି.ଜେ.ପି

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ): କରୋନା ମହାମାରୀ ସମୟରେ ରାଜ୍ୟ ସରକାର ବିଦ୍ୟୁତ ଶୁଳ୍କ ବୃଦ୍ଧି କରିବା ଜନସାଧାରଣଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ । ଶିଳ୍ପପତି ମାନଙ୍କ ପାଖରେ ୧୨ ହଜାର କୋଟି ଟଙ୍କାର ଅନାଦେୟ ବାକି ପଡିଥିବା ବେଳେ ସାଧାରଣ ଜନତାଙ୍କ ଉପରେ ରାଜ୍ୟ ସରକାର ଝିଂଟିକା ମାରି ବଣି ପୋଷିବା ନୀତି ଅବଲମ୍ବନ କରିବା ଅତି ଦୁର୍ଭାଗ୍ୟର ବିଷୟ । ପାଖ ପଡୋସୀ ରାଜ୍ୟରେ ୟୁନିଟ ପଛା ୧.୪୦ ରହିଥିବା ବେଳେ ଆମ ରାଜ୍ୟରେ ୫-୫୦ କାହିଁକି । ରାଜ୍ୟରେ ଅକ୍ଟୋବର ପହିଲାରୁ ବିଜୁଳୀ ଦର ୟୁନିଟ୍ ପିଛା ୨୦ପଇସା ବୃଦ୍ଧି ଲାଗି ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ (ଓ.ଇ.ଆର.ସି) ନିଷ୍ପତି ନେଇଛି । ତେବେ କରୋନା ସମୟରେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତିକୁ ସଂପୂର୍ଣ୍ଣ ବିରୋଧ କରିଛି ଗଂଜାମ ଜିଲ୍ଲା ବିଜେପି । ଓଡିଶାରେ କରୋନାରେ ପ୍ରଭାବିତ ଶକ୍ତି କ୍ଷେତ୍ର ଓ ବିଦ୍ୟୁତ ବିତରଣ କଂପାନୀକୁ ସହାୟତା ପ୍ରଦାନ କରିବା ପାଇଁ ଦୃଢ଼ ପଦକ୍ଷେପ ନେବା ସହ ମୋଦୀ ସରକାର ନିରନ୍ତର ସହଯୋଗ ଦେଉଛନ୍ତି । କିନ୍ତୁ କୋଭିଡ ସମୟରେ ରାଜ୍ୟବାସୀ ଜୀବନ ଜୀବିକାକୁ ନେଇ ଲଢ଼େଇ କରୁଥିବା ବେଳେ ଓଇଆରସିର ବିଦ୍ୟୁତ ଦର ବୃଦ୍ଧି ନିଷ୍ପତି ଗ୍ରହଣୀୟ ନୁହେଁ ବୋଲି କହିଛି ଗଂଜାମ ବିଜେପି । ଏନେଇ ଆଜି ଗଂଜାମ ଜିଲ୍ଲା ବିଜେପି ପକ୍ଷରୁ ସ୍ଥାନୀୟ ଗାନ୍ଧୀ ନଗର ଛକ ଠାରେ ବିଦ୍ୟୁତ ଦର ବୃଦ୍ଧି ନେଇ ପ୍ରତିବାଦ କରାଯିବା ସହ ଏକ ଶୋଭାଯାତ୍ରାରେ ବାହାରି ବିଜେପି କର୍ମକର୍ତା ମାନେ ପୁରୁଣା ବସଷ୍ଟାଣ୍ଡ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତଳିକା ଦାହ କରିଥିଲେ । ମୁଖ୍ୟମନ୍ତ୍ରୀ ବିଜୁଳୀ ଦର ବୃଦ୍ଧି ପ୍ରସଙ୍ଗରେ ତୁରନ୍ତ ହସ୍ତକ୍ଷେପ କରି ଏହାକୁ ପ୍ରତ୍ୟାହାର କରିବାକୁ ଗଂଜାମ ଜିଲ୍ଲା ବିଜେପି ପକ୍ଷରୁ ଦାବୀ କରାଯାଇଥିଲା । ଦାବୀ ପୂରଣ ନ ହେଲେ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ଗଂଜାମ ଜିଲ୍ଲା ରାଜ ରାସ୍ତାକୁ ଓହ୍ଲାଇବା ସହ ବଡ ଧରଣର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା, ପୂର୍ବତନ ସଭାପତି କାହ୍ନୁ ଚରଣ ପତି ନେତୃତ୍ୱ ନେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ମହନ୍ତ ଚିନ୍ମୟାନନ୍ଦ, ପ୍ରଭାତ ଷଡଙ୍ଗୀ,କାମନା ପାଢୀ,ପରେଶ ରଥ,ଶୁଭେନ୍ଦୁ ପାଢୀ,ପ୍ରବୀର ପାତ୍ର,ମଦନ ମୋହନ ପାତ୍ର,ମନୋଜ ପଟ୍ଟନାୟକ, ଗୋପୀନାଥ ପଣ୍ଡା, ରାଜେଶ ସାହୁ,ଏଲ. ମୋହନ ଦାସ, ରଜତ ପଣ୍ଡିତ, ଗଙ୍ଗା ସତପଥୀ, ସୂର୍ଯ୍ୟମଣି ପାତ୍ର, ନମିତା ପଣ୍ଡା, ନିରଂଜନ ପାଣିଗ୍ରାହୀ, ସୁବାସିନୀ ପଟନାୟକ, ସତ୍ୟନାରାୟଣ ବସନ୍ତିଆ, ଡି.କରୁଣାକର, ଏସ୍‌.ରାଣୀ,ରାମ କୁମାର ପାତ୍ର, ସିଦ୍ଧାନ୍ତ ଗଙ୍ଗଦେବ, ବିକାଶ ପାଣିଗ୍ରାହୀ,କିରଣ କୁମାର ସାହୁ, ଶିବ ପ୍ରସାଦ ପାତ୍ର, ତ୍ରିନାଥ ମହାପାତ୍ର,ଶିବ ନାୟକ,ପ୍ରଶାନ୍ତ ପାଢ଼ୀ,ମଧୁ ସାହୁ. ଏସ.ଶ୍ରୀନିବାସ,ବିନାୟକ ରଥ,ବିଘ୍ନ ନାୟକ,ଶିବ ଅଧିକାରୀ,ସନ୍ତୋଷ ପାଣିଗ୍ରାହୀ,ସରୋଜ ପାତ୍ର,ବାଳକୃଷ୍ଣ ସାମନ୍ତରା,ଜଗଦିଶ ପ୍ରଧାନ,ମନୋଜ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ