ସ୍କାଉଟ ଓ ରେଡକ୍ରସ ପକ୍ଷରୁ ସଚେତନତା କାର୍ଯ୍ୟ

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସେପ୍ଟେମ୍ବର ୨୫ ତାରିଖରେ ଭାରତ ସ୍କାଉଟ ଆଣ୍ଡ ଗାଇଡ଼ ଏବଂ ସେପ୍ଟେମ୍ବର ୨୬ ତାରିଖରେ ଭାରତୀୟ ଜୁନିୟର ରେଡକ୍ରସ ସୋସାଇଟି ଆନୁକୂଲ୍ୟରେ କୋଭିଡ -୧୯ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଭୟ କାର୍ଯ୍ୟକ୍ରମକୁ ବୁଗୁଡା ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ ଚନ୍ଦ୍ର ସେନାପତି ଶୁଭାରମ୍ଭ କରିଥିଲେ। ବିଇଓ ଅଫିସ ସମ୍ମୁଖରେ ଓ ବୁଗୁଡା ବଳଦେବ ସ୍ୱାମୀ ବସଷ୍ଟାଣ୍ଡରେ ଜନାସାଧାରଣଙ୍କୁ ମାଗଣା ମାସ୍କ ବଣ୍ଟନ କରି ଓ ମାସ୍କ ପିନ୍ଧାଇ ସଚେତନତା ସୃଷ୍ଟି କରିଥିଲେ। ଏଥିସହ ହାତ ସଫା କରିବା ପାଇଁ ପରାମର୍ଶ ଦେବାସହ ମାଗଣା ସାନିଟାଇଜର ବଣ୍ଟନ କରିଥିଲେ। ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା ଓ ସାବୁନ ଦ୍ୱାରା ବାରମ୍ବାର ହାତ ସଫା କରିବାକୁ ଲୋକଙ୍କୁ ବୁଝାଇଥିଲେ। ଶନିବାର ଦିନ ଏ.ବି.ଇ.ଓ. ଶ୍ରୀ ସେନାପତିଙ୍କ ନେତୃତ୍ବରେ ବୁଗୁଡା ଏନଏସିରେ ଘରକୁ ଘର ଯାଇ ଜୁନିୟର ରେଡକ୍ରସ ପକ୍ଷରୁ ମାସ୍କ ଓ ସାନିଟାଇଜର ବଣ୍ଟନ କରି ଜନସାଧାରଣଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମ ସ୍କାଉଟ ଆଣ୍ଡ ଗାଇଡ଼ ଏବଂ ଜୁନିୟର ରେଡକ୍ରସ ଦାୟିତ୍ୱରେ ଥିବା ଶିକ୍ଷକ ବିଶ୍ୱେଶ୍ୱର ଗିରି, ବି.ଗୋପାଳ ଚନ୍ଦ୍ର ପାତ୍ର, ସତ୍ୟ ପ୍ରକାଶ ନାୟକ, ବୈଷ୍ଣବ ଚରଣ ଦାଶ, ଗଙ୍ଗାଧର ଦାଶ, ସୀତାରାମ ସେଠୀ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ