ବିଜୁଳି ଶୁଳ୍କ ଆଦାୟ ପାଇଁ ସଜବାଜ : ଉପଭୋକ୍ତା ଛାନିଆ

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ) : ବକେୟା ବିଦ୍ୟୁ୍‌ତ ଶୁଳ୍କ ଆଦାୟ ପାଇଁ ଜୋରଦାର ଉଦ୍ୟମ ଚାଲିଛି । ଏହିକ୍ରମରେ ଦକ୍ଷିଣାଂଚଳ ବିଦ୍ୟୁତ ଡ଼ିଭିଜନର ବିଦ୍ୟୁତ ଶୁଳ୍କ ଆଦାୟ ପାଇଁ ସାଉଥକୋ ୟୁଟିଲିଟି ବକେୟା ଆଦାୟ ପାଇଁ ଅଂଟା ଭିଡ଼ିଛି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କୋଟ କୋଟି ଟଙ୍କାର ବିଜୁଳି ବକେୟା ରହିଥିବା ବେଳେ ସାଉଥକୋ ଏମଡ଼ି ଏକ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣାଂଚଳ ଡ଼ିଭିଜନରେ ବକେୟା ବିଜୁଳି ଆଦାୟକୁ ଜୋରଦାର କରିବା ଓ ଦରକାର ପଡ଼ିଲେ ଗ୍ରାହକଙ୍କ ବିଗଜୁଳି ସଂଯୋଗ ବିଛିନ୍ନ କରିବା ପାଇଁ ଆଡ଼ଭାଇଜରି ଜାରୀ କରିଛନ୍ତି । ଫଳରେ ହିଂଜିଳିକାଟୁ ବିଦ୍ୟୁତ ଡ଼ିଭିଜନରେ ବକେୟା ବିଦ୍ୟୁତ ବିଲ୍ ଆଦାୟ ପାଇଁ ତତ୍ପରତା ପ୍ରକାଶ ପ୍ଧବକ୍ତବ । ଆସନ୍ତା ୧୬ ତାରିଖ ଠାରୁ ବିଦ୍ୟୁତ ଗ୍ରାହକ ମାନଙ୍କଠାରୁ ବିଜୁଳି ଦେୟ ଆଦାୟ କରିବା ପାଇଁ ଗତ ୩ ଦିନ ଧରି ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର ଚଲାଇଥିବା ବେଳେ ସାଧାରଣ ଖାଉଟି ମାନେ ଏକ ପ୍ରକାର ଆତଙ୍କିତ ହୋଇ ପଡ଼ିଛନ୍ତି । ଏଣେ ବଜାରରେ ଅସହ୍ୟ ଦରଦାମ ବୃଦ୍ଧି ସାଙ୍ଗକୁ ଗ୍ୟାସ ଓ ଅନ୍ୟାନ ଇନ୍ଧନ ସମାଗ୍ରୀର ଦରବୃଦ୍ଧି ହୋଇଥିବା ବେଳେ ବିଦ୍ୟୁତ ବିଭାଗର ବକେୟା ଆଦାୟ ଜୁଲମୁ ସାଧାରଣ ଖାଉଟି ମହଲ ବ୍ୟଥିତ ହୋଇ ପଡ଼ିଛନ୍ତି । ଏଣେ ବିଜୁଳି ବିଭାଗ ସାଉଥକୋ କମ୍ପାନୀ ୧୦ ହଜାର ଟଙ୍କାରୁ ଅଧିକ ବିଜୁଳି ବକେୟା ଥିବା ଗ୍ରାହକ ମାନଙ୍କର ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯିବ ବୋଲି ଘୋଷଣା କରିବା ପରେ ଗରିବ ବିପିଏଲ ଶ୍ରେଣୀର ଗ୍ରାହକ ମାନେ ପେଟକୁ କାଟି ବିଜୂଳି ଜାଳିବା କେତେଦୂର ସମ୍ଭବ ତାହା ସମୟ କହିବ । ହିଂଜିଳିକାଟୁ ବିଦ୍ୟୁତ ଡ଼ିଭିଜନ ଅଧିନରେ ୭୩୨୨୮ ଜଣ ଗ୍ରାହକ ବିଦ୍ୟୁତ ଦେୟ ବକେୟା ରହିଛନ୍ତି । ସେମାନଙ୍କ ମଧ୍ୟରୁ ୩୧୬୪୫ ଜଣ ଗ୍ରାହକ ୧ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ବକେୟା ରହିଥିବା ବେଳେ ୨୫୩୪୦ ଜଣ ଗ୍ରାହକ ୨ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ବକେୟା ଅଛନ୍ତି ଓ ୧୬୨୪୩ ଗ୍ରାହକ ୫ ହଜାରରୁ ଉର୍ଦ୍ଧ୍ୱ ଟଙ୍କାର ବିଦ୍ୟୁତ ଦେୟ ବକେୟା ରହିଥିବା ହିଂଜିଳିକାଟୁ ଡ଼ିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ଦାଶଙ୍କ ଠାରୁ ପ୍ରକାଶ । ନିୟମିତ ବିଜୁଳି ଦେୟ ଅଭାବରୁ ବିଜୁଳି ବକେୟା ବଢିବା ଅନ୍ୟତମ କାରଣ ଭାବେ ଠିଆ ହୋଇଛି । ଉତି ମଧ୍ୟରେ ସଚଳ ଥିବା ପୁରୁଣା ମିଟର ଗୁଡ଼ିକୁ ବଦଳାଯାଇ ନୁଆଁ ମିଟର ଲଗାଯିବା ଫଳରେ ବିଜୁଳି ଦେୟ ହୁହୁ ହୋଇ ବଢି ଯାଉଛି । ଅନ୍ୟପକ୍ଷରେ ଯନ୍ତ୍ରପାତି ଜନିତ ତୃଟି ଓ ରକ୍ଷଣାବେକ୍ଷଣ ତଥା ପରିବହନ ଜନିତ କ୍ଷତି ଗ୍ରାହକଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ହୋଇଛି । ଗ୍ରାହକ ମାନଙ୍କ ଆର୍ଥୀକ ସ୍ଥିତ ବିଚାର ନକରି ବକେୟା ଆଦାୟ ପାଇଁ ଜୁଲୁମ ହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ରାସ୍ତାଘାଟରେ ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ