ବିଜୁ କଲ୍ୟାଣ ମଣ୍ଡପରେ ବିଜେଡର ପ୍ରତିଷ୍ଠା ଦିବସ ଅନୁଷ୍ଠିତ
ମୋହନା, (ଅଂଶୁମାନ ପଣ୍ଡା):ଆଜକୁ ୨୪ ବର୍ଷ ପୂର୍ବେ ବିଜୁ ଜନତା ଦଳ ନାମରେ ଏକ ରାଜନୈତିକ ଦଳ ଗଠନ ହୋଇଥିଲା । ତାଙ୍କରି ସ୍ୱପ୍ନ ପୁରା କରିବା ପାଇଁ ଆଜି ତାଙ୍କରି ପୁତ୍ର ନବୀନ ପଟ୍ଟନାୟକ ପ୍ରୟାଶ ଜାରି ରଖିଛନ୍ତି । ସମଗ୍ର ଓଡିଶାରେ ଡିସେମ୍ବର ମାସ ୨୬ ତାରିଖ ଦିନ ବିଜୁ ବାବୁ ଗଠନ କରିଥିବା ଦଳକୁ ନେଇ ମନ ପକାଇବା ପାଇଁ ପାଳନ କରାଯାଉଛି ବିଜେଡି ପ୍ରତିଷ୍ଠା ଦିବସ । ଏହି ଅବସରରରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ବିଜୁ ବାବୁଙ୍କ ପ୍ରତିମୁର୍ତି ଫଟୋ ଉପରେ ପୁଷ୍ପ ମାଲ୍ୟ ଦେଇ ଦିପକ ପ୍ରଜଳନ କରି ସଭାକୁ ଆଗକୁ ବଢାଇଥିଲେ । ଏହି ଅବସରରେ ୪ଟି ବ୍ଳକର ସମିତି ସଭ୍ୟ/ସଭ୍ୟା, ସରପଚଂ, ବହୁ ଦଳୀୟ କର୍ମଚାରୀ ଓ ଜିଲ୍ଲାର ବହୁ ପଦବୀ ପାଇଥିବା ବିଜେଡିର କର୍ମୀମାନେ ଉପସ୍ଥିତ ରହିଥିଲେ । ବ୍ଳକ ସଭାପତି ରଞ୍ଜୀବ ଶବର, ଜିଲ୍ଲା ବିଜେଡି ଯୁବ ସଭାପତି ଏସ.ଲିଙ୍ଗରାଜ, ଜିଲ୍ଲା ବିଜେଡି ସଂଯୋଜିକ ଇନ୍ଦ୍ର ପଟ୍ଟନାୟକ, ଅନ୍ତର୍ଯ୍ୟାମୀ ଗମାଙ୍ଗ, ପ୍ରଲଭ ଲିମା, ଜିଲ୍ଲା ଛାତ୍ର ସଭାପତି ବିଶ୍ୱଜିତ ତ୍ରୀପାଠୀ, ଫିରୋଜ ପଟ୍ଟନାୟକ, ରାଜେନ୍ଦ୍ର ନାୟକ, ଓକିଲ ସଂଘ ସଭାପତି ରବିନ୍ଦ୍ର କୁମାର ନାୟକ, ସିମାଚଂଳ କାର୍ଯୀ, ବୈଦ୍ୟନାଥ ସିଂ, ରାଜୁ ପୂଜାରୀ, ଶିବ ସାହୁ, ରାହୁଲ ଦତଙ୍କ ସମେତ ୩୯ଟି ପଂଚାୟତର ସମସ୍ତ ବିଜେଡି କର୍ମୀ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ସମସ୍ତ ଉପସ୍ଥିତ କର୍ମୀମାନଙ୍କୁ ଆଗାମୀ ପଚାଂୟତ ନିର୍ବାଚନରେ ସମସ୍ତ ଏକତ୍ରିତ ହୋଇ ବିପୁଳ ସଂଖ୍ୟାରେ ଯେପରି ବିଜେଡି ପାର୍ଥୀଙ୍କୁ ବିଜୟ କରାଇବା ବୋଲି ନିଜ ମନ୍ତବ୍ୟରେ ପ୍ରକାଶ କରିଥିଲେ । ଏହା ଶହ ମୋହନା ହିଲଟପ ମହାବିଦ୍ୟାଳୟଠାରେ ଜାତୀୟ ରାଜପଥ ୩୨୬ ପାରଳାଖେମୁଣ୍ଡି, ବ୍ରହ୍ମପୁର, ରାୟଗଡାକୁ ସଂଯୋଗ କରୁଥିବା ତିନି ଛକ ମଝୀରେ ବିଜୁ ବାବୁଙ୍କ ଏକ ୮ଫୁଟର ପ୍ରତିମୁର୍ତୀ ନିର୍ମାଣ ପାଇଁ ଭିତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ସହ ତୁରନ୍ତ ଏହି କାର୍ଯ୍ୟ ସମାପ୍ତ କରାଯିବ ବୋଲି କହିଛନ୍ତି । ଏହି ବୈଠକରେ ମହାରାଜା କୃ୍ଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନେ ଏକ ଲିଖିତ ଅଭିଯୋଗ ସାଂସଦଙ୍କୁ ପ୍ରଦାନ କରିଛନ୍ତି ।