ବିଜୁ ଛାତ୍ରଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର,୭୪ ୟୁନିଟ ସଂଗ୍ରହ

ଛତ୍ରପୁର, (ଦେବଦତ୍ତ ମହାରଣା):ଦିନକୁ ଦିନ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଦେଉଛି । ରକ୍ତର ଅଭାବ ହେତୁ ଜଣେ ନିରିହ ଜୀବନ ଯେପରି ନଯାଉ ଏହାକୁ ଦୃଷ୍ଟିରେ ରଖି ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ବିଜୁ ଛାତ୍ରଜନତା ଦଳ ଗଂଜାମ ଜିଲ୍ଲା ପକ୍ଷରୁ ଛତ୍ରପୁର ସ୍ଥିତ ଭାରତୀ ସେଲିବ୍ରେସନ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ବିଜୁ ଛାତ୍ରଜନତା ଦଳ ଜିଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବରକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା,ଜୀବନବିନ୍ଦୁ ଜିଲା ସଂଯୋଜକ ସୁବାଷ ମହାରଣା, ଓଡିଶା ମୋ ପରିବାରର ରାଜ୍ୟ ସଂପାଦକ ନୀଳମଣି ପଟ୍ଟନାୟକ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ମୋଟ ୭୪ ୟୁନିଟରକ୍ତ ସଂଗ୍ରହ ହୋଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଅଶୋକ ଚୈାଧୁରୀ,ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି.ପାପା ରାଓ, ଛତ୍ରପୁର ବିଜେଡି ନଗର ସଭାପତି ବି.ରାଜୁ ବାବୁ, ନଗର ଯୁବ ବିଜେଡି ସଭାପତି ଟି.ଚନ୍ଦ୍ର ଶେଖର ରାଓ, ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ସଭାପତି ସନମୁଖ ପଟ୍ଟନାୟକ, ଛାତ୍ର ବିଜୁ ଜନତା ଦଳର ଜିଲା ସାଧାରଣ ସଂପାଦକ କେ. ନାଗେଶ୍ୱର ରାଓ, ଜିଲ୍ଲା ଉପସଭାପତି ଲିଙ୍ଗରାଜ ମହାପାତ୍ର , ଛାତ୍ର ବିଜୁ ଜନତା ଦଳର ଛତ୍ରପୁର ନଗର ସଭାପତି ଲାସିତ ବେହେରା, ଗଂଜାମ ବ୍ଲକ ଛାତ୍ର ବିଜୁ ଜନତା ଦଳର ସଭାପତି ବାଦଲ ପ୍ରଧାନ , ଦେବାଶିଷ କହଁର , ଛତ୍ରପୁର କଲେଜର କନଭେନର ଆକାଶ ସାହୁ ଓ ଗଂଜାମ କଲେଜର କନଭେନର ମଳୟ ସାହୁଙ୍କ ସମେତ ବହୁ ଛାତ୍ର ଏବଂ ଯୁବକ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ