ବିଜୁ ଛାତ୍ର ଜନତାଦଳର ରାଜ୍ୟ ସମ୍ପାଦକ ହେଲେ ଅମରେନ୍ଦ୍ର

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କଳିଗାଁ ପଞ୍ଚାୟତର ପୁର୍ବତନ ସରପଞ୍ଚ ତଥା ବି.ପି.ୟୁ.ଟି.ର ପୁର୍ବତନ ଛାତ୍ରନେତା ଥିବା ଅମରେନ୍ଦ୍ର ଧଳ ବିଜୁ ଛାତ୍ର ଜନତାଦଳର ରାଜ୍ୟ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି । ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ଏହା ଘୋଷଣା କରିଛନ୍ତି । ସେ ପୁର୍ବରୁ ମଧ୍ୟ ରାଜ୍ୟ ଛାତ୍ର ଜନତା ଦଳର ବିଭିନ୍ନ ପଦବୀରେ ଅଧିଷ୍ଠିତ ହୋଇ ନିଜର ଗୁରୁଦାୟିତ୍ୱକୁ ସୁଚାରୁରୁପେ ତୁଲାଇ ପାରିଥିଲେ । ସେ ଜଣେ ଦକ୍ଷ, କର୍ତ୍ତବ୍ୟନିଷ୍ଠ ଟଓ ଯୁବ ସଂଗଠକ ଭାବେ ଜଣାଶୁଣା । ତାଙ୍କୁ ଏହି ପଦବୀ ମିଳିବାପରେ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ତାଙ୍କୁ ଏହି ପଦବି ମିଳିଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଯୁବ ଓ ଛାତ୍ର ବ୍ୟାପାରର ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତ ରାୟ, ରାଜ୍ୟ ଛାତ୍ର ସଭାପତି ତଥା ବାଙ୍କିା ବିଧାୟକ ଦେବୀ ରଞ୍ଜନ ତ୍ରୀପାଠୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ