ଉପଜିଲ୍ଲାପାଳଙ୍କ ବନ୍ୟାଞ୍ଚଳ ପରିଦର୍ଶନ

ହାଟଡିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ଆଜି ହାଟଡିହି ବ୍ଲକର ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତିର ସମିକ୍ଷା କରିଛନ୍ତି । ସେ ଆଜି ଆଇତିପୁର ପଞ୍ଚାୟତର ରାଘବପୁର, ଆଇତିପୁର, ନୁଆଗାଁ ଗ୍ରାମ ପରିଦର୍ଶନ କରିବା ସହିତ କେତେକ ଗ୍ରାମବାସୀଙ୍କ ସହିତ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଏହିସବୁ ଗ୍ରାମ ଗତକାଲି ପାଣି ଘେରରେ ଥିବାବେଳେ ଆଜି ସ୍ଥିତିରେ ସୁଧାର ଆସିଥିବା ଗ୍ରାମବାସୀମାନେ କହିଛନ୍ତି । କିନ୍ତୁ ସମସ୍ତ ଚାଷଜମି ଗୁଡିକ ପାଣିରେ ବୁଡି ଯାଇଥିବାରୁ ଧାନ ଓ ପନିପରିବା ଚାଷରେ ବ୍ୟାପକ କ୍ଷତି ହୋଇଛି ବୋଲି ଉପଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ପାଣି ଛାଡିବାପରେ ଏନେଇ ସରକାରୀ ସ୍ତରରେ ଅନୁଧ୍ୟାନ କରାଯାଇ କ୍ଷୟକ୍ଷତି ଆକଳନ କରାଯିବା ପରେ ସରକାରଙ୍କ ନିଷ୍ପତି ଅନୁଯାଇ ସହାୟତା ଯୋଗାଇ ଦିଆଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ଉପଜିଲ୍ଲାପାଳଙ୍କ ସହିତ ବ୍ଲକର ସହକାରୀ ନିର୍ବାହୀଯନ୍ତ୍ରୀ ତପନ କୁମାର ପଲେଇ, କନିଷ୍ଠଯନ୍ତ୍ରୀ ଧିରେନ୍ଦ୍ର କୁମାର ମହାଳିକ, ପଞ୍ଚାୟତର ନିର୍ବାହୀ ଅଧିକାରୀ ଉମାକାନ୍ତ ସା, ଆଇତିପୁର ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ