ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଛତ୍ରପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ସୋସିଆଲ ମିଡିଆ ଓ ଇନଷ୍ଟାଗ୍ରାମ ପ୍ରଶିକ୍ଷଣ ଶିବିର

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଉପକଣ୍ଠ ତାମ୍ପରା ହ୍ରଦ ଠାରେ ବିଜୁ ଛାତ୍ର ଜନତା ଦଳ ତରଫରୁ ଛତ୍ରପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ସୋସିଆଲ ମିଡିଆ ଓ ଇନଷ୍ଟାଗ୍ରାମ ପ୍ରଶିକ୍ଷଣ ଶିବିର ଗଂଜାମ ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡାଙ୍କ ସଂଯୋଜନା ଓ ଜିଲ୍ଲା ଉପସଭାପତି ଲିଙ୍ଗରାଜ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ଜନସାଧାରଣଙ୍କ ନିକଟରେ କିପରି ପହଂଚିବ ସେଥି ନିମନ୍ତେ ଛାତ୍ରଛାତ୍ରୀ ମାନେ ସୋସିଆଲ ମିଡିଆ ଓ ଇନଷ୍ଟାଗ୍ରାମର ପ୍ରଚାର କରିବେ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ । ଏହା ସହିତ ଦଳୀୟ କାର୍ଯ୍ୟକ୍ରମ ଗୁଡିକ କିପରି ବିଭିନ୍ନ ସୋସିଆଲ ମିଡିଆରେ ଅଧିକରୁ ଅଧିକ ପ୍ରଚାର କରାଯାଇପାରିବ ସେଥି ନିମନ୍ତେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବିଧାୟକ ଶ୍ରୀ ବେହେରା ଗୁରୁମନ୍ତ୍ର ଦେଇଥିଲେ । ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଏବଂ ଛତ୍ରପୁର ବିଧାୟକଙ୍କ ନେତୃତ୍ୱରେ ହୋଇଥିବା ବିଭିିନ୍ନ ପ୍ରକଳ୍ପ ଗୁଡିକ ସୋସିଆଲ ମିଡିଆରେ ପ୍ରଚାର କରାଯାଇପାରିବ ସେଥି ନିମନ୍ତେ ଛାତ୍ରଛାତ୍ରୀ ମାନେ ବ୍ୟାପକ ଭାବେ ଏଥିରେ ଜଡିତ ହେବା ନିମନ୍ତେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଜିଲ୍ଲା ସଭାପତି ଶ୍ରୀ ପଣ୍ଡା ଆହ୍ୱାନ ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ଆଇଟି କୋର୍ଡିନେଟର ରବିନ୍ଦ୍ର ସାହୁ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ସୋସିଆଲ ମିଡିଆ ଓ ଇନଷ୍ଟାଗ୍ରାମର କିପରି ବ୍ୟବହାର କରାଯିବ ସେଥି ନିମନ୍ତେ ଅବଗତ କରାଇଥିଲେ । ଛତ୍ରପୁର ବିଜେଡି ନଗର ସଭାପତି ବି. ରାଜୁବାବୁ, ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ସଭାପତି ସନମୁଖ ପଟ୍ଟନାୟକ, ଛତ୍ରପୁର ବ୍ଲକ ଯୁବ ବିଜେଡି ସଭାପତି ସୁବାସ ଚନ୍ଦ୍ର ନାହାକ, ବ୍ଲକ ଉପସଭାପତି କାହ୍ନୁ ଚରଣ ବେହେରାଙ୍କୁ ଛାତ୍ର ବିଜୁ ଜନତା ଦଳ ପକ୍ଷରୁ ଉପଢୌକନ ଦେଇ ସମ୍ମାନ୍ନିତ କରାଯାଇଥିଲା । ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସମ୍ପାଦକ ତାରକେଶ୍ୱର ରେଡ୍ଡୀ, ଦେବାଶିଷ ଖାଡଙ୍ଗା, ମିଥୁନ ପରିଡା, ବିଜୁ ଛାତ୍ର ଜନତା ଦଳର ଗଞ୍ଜାମ ବ୍ଲକ ସଭାପତି ବାଦଲ ପ୍ରଧାନ, ବିଜୁ ଛାତ୍ର ଜନତା ଦଳର ଛତ୍ରପୁର ବ୍ଲକ ସଭାପତି ଚିନ୍ମୟ ଦାଶ, ଛତ୍ରପୁର ଏନଏସି ସଭାପତି ଲସିତ୍ ବେହେରାଙ୍କ ସମେତ ଗଞ୍ଜାମ, ଛତ୍ରପୁର କଲେଜ ଓ ନିର୍ବାଚନ ମଣ୍ଡଳୀର ବହୁ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ