ବିଜୁ ଜନତା ଦଳର ପ୍ରସ୍ତୁତି ବୈଠକ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ବିଜେଡି ସୁପ୍ରିମୋ ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବିଜୁ ଜନତାଦଳର ପ୍ରତିଷ୍ଠା ଦିବସ ଅବସରରେ ଆସନ୍ତା ୫ ତାରିଖ ଦିନ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥି ଲାଗି ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ସ୍ଥାନୀୟ ଗୌରୀ ଶଙ୍କର ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ଏବଂ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ଯେପରି ଅଧିକରୁ ଅଧିକ ରକ୍ତଦାତା ଯୋଗଦେବେ ସେଥି ନିମନ୍ତେ ସମସ୍ତ ଦଳୀୟ ନେତା ଓ କର୍ମୀ ମାନେ କାର୍ଯ୍ୟ କରିବା ପାଇଁ ବିଧାୟକ ଶ୍ରୀ ବେହେରା ସମସ୍ତଙ୍କୁ କହିଥିଲେ । ଏହାସହିତ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମକୁ ସଫଳ କରିବା , ବିଏସକେୱାଇ – ନବୀନ କାର୍ଡ ଏବଂ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ବଦ୍ଧରେ ମଧ୍ୟ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ, ଛତ୍ରପୁର ନଗର ସଭାପତି ବି. ରାଜୁବାବୁ, ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ, ଗଂଜାମ ଏନଏସି ଉପାଧ୍ୟକ୍ଷ ସୁରେନ୍ଦ୍ର ବାରିକି , ଗଞ୍ଜାମ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନ, ପୂର୍ବତନ ବିଧାୟକ ଅଶୌକ କୁମାର ଚୌଧୂରୀ, ଜିଲ୍ଲାପରିଷଦ ସଭ୍ୟ ଏମ.ଧନଜଂୟ ରେଡ୍ଡୀ ଓ ସନାତନ ବେହେରା, ଛତ୍ରପୁର ନଗର ବିଜେଡି ଉପ ସଭାପତି ଅଟଳ ବିହାରୀ ପଟ୍ଟନାୟକ, ଛତ୍ରପୁର ନଗର ବିଜେଡି ଉପସଭାପତି ଅଟ୍ଟଳ ବିହାରୀ ପଟ୍ଟନାୟକ , ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୁଖ ପଟ୍ଟନାୟକ, ଯୁବ ବିଜେଡି ଛତ୍ରପୁର ନଗର ସଭାପତି ଟି.ଚନ୍ଦ୍ରଶେଖର ରାଓ, ଯୁବ ବିଜେଡି ଛତ୍ରପୁର ବ୍ଲକ ସଭାପତି କାଳିଆ ନାହାକ, ଉପସଭାପତି କାହ୍ନୁ ଚରଣ ବେହେରା, ଯୁବ ବିଜେଡି ଗଂଜାମ ନଗର ସଭାପତି ସୁଧୀର କୁମାର ପାଢୀ, ଶହଦେବ ସାହୁ , ଶମ୍ଭୁନାଥ ସ୍ୱାଇଁ , ଅକ୍ଷୟ ସ୍ୱାଇଁ, ରାଜେଶ ମହାରଣା, ଗଗନ ସ୍ୱାଇଁ, କିଶୋର ବେହେରା, ସମିତି ସଭ୍ୟ ଏସ.ଚକ୍ରପାଣି ରେଡ୍ଡୀ, ସିଲୁ ଦାଶଙ୍କ ସମେତ ଛତ୍ରପୁର ନିର୍ବାଚନ ମଣ୍ଡଳୀ ର ବହୁ ଜନପ୍ରତିନିଧୀ, ଛାମୁଆ ନେତା , ଆଇନଜିବୀ , ଯୁବ ଓ ଛାତ୍ର ନେତା ମାନେ ଉପସ୍ଥିତ ଥିଲେ ।