୩ ଅନାଥ ଶିଶୁଙ୍କ ନିମନ୍ତେ ସହାୟତା ପ୍ରଦାନ କଲେ ଗଞ୍ଜାମ ଜିଲ୍ଲାପାଳ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ବାପା ଆମର ମୁଲ ଲାଗି ଆମ ପରିବାର ଚଳାଉଥିଲେ । ଗତ ୪ବର୍ଷ ତଳେ କେଉଁଠି ଥିଲା କେଜାଣି, ବିଷଧର ସାପଟେ ଆସି ବାପାଙ୍କ ଗୋଡକୁ ଚୋଟ ମାରିଦେଲା । ବାପା ଆମର ଚାଲିଗଲେ । ଗତ ୨୮ତାରିଖ ଦିନ ମା ମଧ୍ୟ ଆମକୁ ଛାଡି ଚାଲିଗଲେ । ଏବେ ଆମେ ଦୁଇ ଭାଇ ଓ ଗୋଟେ ଭଉଣୀ ଅନାଥ ହୋଇଗଲୁ । ଚଳିବୁ କେମିତି, ଖାଇବୁ କଣ ଏବଂ ମାର ଅନ୍ତେଷ୍ଟକ୍ରୀୟା କେମତି କରିବୁ ବୋଲି କାନ୍ଦି କାନ୍ଦି ଗଞ୍ଜାମ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି ଛତ୍ରପୁର ବ୍ଲକ ସୁନ୍ଦରପୁର ପଂଚାୟତର ସୁନ୍ଦରପୁର ଗ୍ରାମର ତିନି ଜଣ ଅନାଥ ଶିଶୁ । ବାପା ମା ଙ୍କ ଦେହାନ୍ତ ପରେ ଜେଜେ ମୂଷା ଦାସ ଙ୍କ ପାଖରେ ରହି ଆସୁଛୁ । ମୂଷା ଦାସ ବୟସର ଅପରାହ୍ନରେ ମୁଲ ଲାଗି ତିନି ଜଣ ଅନାଥ ଶିଶୁଙ୍କୁ ବା କେତେ ଆଉ ପାଳିପାରିବେ, ସେଥି ସକାଶେ ସେମାନେ ଜେଜେ ବାପା ଙ୍କ ସହ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଛତ୍ରପୁର ତହସିଲ ସ୍ତରୀୟ ମେଳା କାର୍ଯ୍ୟକ୍ରମରେ ଅତିଥୀ ଭାବେ ଗଂଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଆସିଥିବା ବେଳେ ସେଠାରେ ତିନି ଜଣ ଅନାଥ ଶିଶୁ କାନ୍ଦି କାନ୍ଦି କହିଛନ୍ତି । ସେମାନଙ୍କ କଥା ଶୁଣି ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ପରିଡା ତିନି ଜଣ ଶିଶୁଙ୍କୁ ରେଡକ୍ରସ୍ ପାଣ୍ଠିରୁ ୪୫ ହଜାର ଟଙ୍କା ସହାୟତା ପ୍ରଦାନ କରିବା ନିମନ୍ତେ ଛତ୍ରପୁର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତ, ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତି , ଅତିରିକ୍ତ ତହସିଲଦାର ସ୍ମୃତି ସୁଦର୍ଶନ ସାହୁ, ସୁନ୍ଦରପୁର ସରପଞ୍ଚ ଗଗନ କୁମାର ବେହେରା, ୧୯ନଂ ଜିଲ୍ଲାପରିଷଦ ସଭ୍ୟା ରଶ୍ମିତା ନାହକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ