ବିଜୁ ଜନତା ଦଳର ମୁଖ୍ୟ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ବାଲେଶ୍ବର ଷ୍ଟେସନ କ୍ଲବ ସମ୍ମିଳନୀ କକ୍ଷରେ ବାଲେଶ୍ବର ସଦର ବ୍ଲକ ବିଜୁ ଜନତା ଦଳର ମୁଖ୍ୟ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି।ବାଲେଶ୍ବର ସଦର ବ୍ଲକ ବିଜୁ ଜନତା ଦଳର ସଭାପତି ବସନ୍ତ ପଣ୍ଡାଙ୍କ ସଭାପତିତ୍ବରେ ବାଲେଶ୍ବର ସଦର ବିଧାୟକ ସ୍ବରୂପ ଦାସ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନାକୁ ଅଧିକରୁ ଅଧିକ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ସମସ୍ତଙ୍କୁ ଆହ୍ବାନ ଦେଇଥିବାବେଳେ କୌଣସି ଯୋଗ୍ୟ ହିତାଧିକାରୀ ଯେପରି କୌଣସି ଯୋଜନାରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ସମସ୍ତଙ୍କୁ ଯତ୍ନବାନ ହେବାପାଇଁ କହିଥିଲେ।ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ଯୋଗଦେଇ ବିଜୁ ଜନତା ଦଳର ପ୍ରତ୍ୟେକ କର୍ମୀ ଦଳର ମାଇଲଖୁଣ୍ଟ ସଦୃଶ,ସେମାନେ ସୁଦୃଢ ହେଲେ ଦଳ ଅଧିକରୁ ଅଧିକ ଶକ୍ତିଶାଳୀ ହେବ ତେଣୁ ଆଗାମୀ ନିର୍ବାଚନରେ ସମସ୍ତେ ଏକ ହୋଇ କାର୍ଯ୍ୟ କରିବା ସହ ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ରଂଜନ ବାଗ,ଜିଲ୍ଲା ସମ୍ପାଦକ ମନୋଜ ରାଉତ,ଜିଲ୍ଲା ବିଜେଡି ଜିଲ୍ଲା ଯୁଗ୍ମ ସମ୍ପାଦକ ଗୋବିନ୍ଦ ପାତ୍ର,୨୬ନଂ ଜିଲ୍ଲା ପରିଷଦ ସଭ୍ୟା ସୋନାଲି ବିଶ୍ବାଳ,ବରିଷ୍ଠ ବିଜେଡି ନେତା ଗୌରି ବାରିକ,ସଦର ବ୍ଲକ ଉପାଧ୍ୟକ୍ଷ ଚୈତନ୍ୟ ସିଂ ପ୍ରମୁଖ ମଞ୍ଚାସିନ ଥିଲେ।ଏହି ବୈଠକରେ ସଦର ବ୍ଲକର ୩୭ଟି ପଞ୍ଚାୟତର ସମସ୍ତ ବିଜେଡି ଜିଲ୍ଲା ପରିଷଦ ସଭ୍ୟ,ସରପଞ୍ଚ, ସମତିସଭ୍ୟଙ୍କ ସହ ସମସ୍ତ ପଞ୍ଚାୟତ ସଭାପତି ଏବଂ ଗତ ପଞ୍ଚାୟତ ନିର୍ବାଚନରେ ଦଳୀୟ ପାର୍ଥି ମାନେ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ସଦର ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ସେକ ଅନସର,ସଦର ବ୍ଲକ ଯୁବ ସଭାପତି ଦିଲ୍ଲୀପ ମହାନ୍ତି,ସଦର ବ୍ଲକ ଯୁବ କାର୍ଯ୍ୟକାରୀ ସଭାପତି ସୂର୍ଯ୍ୟକାନ୍ତ ବେହେରା,ଟାଉନ ଯୁବ ସଭାପତି ଉମାଶଂକର ତିଆଡି,ଜୋନାଲ ଯୁବ ସାଧାରଣ ସମ୍ପାଦକ ତଥା ସଦର ବିଜେଡି ମିଡିଆ ସଂଯୋଜକ ଧିରେନ ନାୟକ ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ