ବିଜୁ ଜନତା ଦଳ ତରଫରୁ ଗାନ୍ଧୀ ଜୟନ୍ତୀ ପାଳନ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଗଜପତି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଗାନ୍ଧୀ ଜୟନ୍ତୀ ପାଳିତ କରାଯାଇଛି । ଦଳ ତରଫରୁ ସର୍ବ ପ୍ରଥମେ ଗାନ୍ଧୀଛକସ୍ଥ ଗୌରହରି ପାଠାଗାରରେ ଥିବା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଗାନ୍ଧୀଛକସ୍ଥ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା । ପରେ ବଜାର ଛକ ଠାରେ ସ୍ୱର୍ଗତ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓ ହାଇସ୍କୁଲ ଛକଠାରେ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରିଶେଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ସାଂସଦ ଶ୍ରୀସାହୁଙ୍କ ସମେତ ବିଜେଡି ନେତାମାନେ ପହଂଚି ସଫେଇ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନହ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ଜ୍ଞାନେନ୍ଦ୍ର ଗିରି ଗୋସ୍ୱାମୀ ଓ ରଞ୍ଜିତ ରାୟ, ଜିଲ୍ଲା ସବାପତି ପ୍ରଦୀପ କୁମାର ନାୟକ, ମହିଳା ଜିଲ୍ଲା ସବାପତି ପୂର୍ଣ୍ଣବାସୀ ନାୟକ, ଯୁବ ସବାପତି ଏସ୍. ଲିଙ୍ଗରାଜ, ଛାତ୍ର ସଭାପତି ବିଶ୍ୱଜିତ ତ୍ରିପାଠୀ, ନଗର ସଭାପତି ସୂର୍ଯ୍ୟନାରାୟଣ ରାଜଗୁରୁ, ପ୍ରମୁଖ ଉପସ୍ଥିତଥିଲେ ।