ବିଜୁ ପଟ୍ଟନାୟକ ନକ୍ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ଯୋଡ଼ା ଖୁସି ଇଲେଭେନ ଟିମ ବିଜେତା

ଯୋଡା, (ସମୀର କୁମାର ଦାସ):ବିଜୁ ପଟ୍ଟନାୟକ ନକ୍ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆନକୂଲ୍ୟରେ ଯୋଡା କେନ୍ଦ୍ରୀୟ ଖେଳପଡିଆରେ ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶେଷ ତଥା ଫାଇନାଲ ମ୍ୟାଚରେ ପେନାଲଟି ସଟରେ ଖୁସି ଇଲେଭେନ (ଯୋଡ଼ା) ବିଜେତା ହୋଇଥିବା ଖବର ହସ୍ତଗତ ହୋଇଛି । ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟଟି ରୋମଞ୍ଚକପୂର୍ଣ୍ଣ ହୋଇଥିଲା । ଦିବାରାତ୍ର ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ବେଶ ରୋମାଞ୍ଚକପୂର୍ଣ୍ଣ ହେଉଥିବା ବେଳେ ହଜାର ହଜାର ଫୁଟବଲ ପ୍ରେମୀଙ୍କ ପ୍ରବଳ ଭିଡ ମଧ୍ୟ ପରିଲକ୍ଷିତ ହୋଇଛି । ରବିବାର ଶେଷ ଦିବସର ସେମି ଫାଇନାଲ ଟୁର୍ଣ୍ଣାମେଣ୍ଟରେ ସ୍ମାଇଲ ଇଲେଭେନ (କିତାବେଡା) ଓ ଖୁସି ଇଲେଭେନ (ଯୋଡ଼ା) ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ୧-୦ ଗୋଲରେ ଖୁସି ଇଲେଭେନ ବିଜେତା ହୋଇ ଫାଇନାଲ ମ୍ୟାଚକୁ ପ୍ରବେଶ କରିଥିଲେ । ସେହିପରି ଦ୍ୱିତୀୟ ସେମି ଫାଇନାଲ ଡବଲ ଏ (କଟେସାହି) ଓ ଲୋହାର ବ୍ରଦର୍ଶ (ଭଦ୍ରସାହି) ମଧ୍ୟରେ ଅନୁଷ୍ଠିତ ହୋଇ ୨-୦ ଗୋଲରେ ଲୋହାର ବ୍ରଦର୍ଶ (ଭଦ୍ରସାହି) ଫାଇନାଲ ମ୍ୟାଚକୁ ପ୍ରବେଶ କରିଥିଲେ। ଫାଇନାଲ ମ୍ୟାଚ ଖୁସି ଇଲେଭେନ (ଯୋଡ଼ା) ଓ ଲୋହାର ବ୍ରଦର୍ଶ (ଭଦ୍ରସାହି) ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ୧-୧ ଗୋଲ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟ ପରିସମାପ୍ତି ପରେ ସ୍କୋର ଟାଏ ହେବା ଯୋଗୁଁ ପେନାଲଟି ସଟରେ ଖୁସି ଇଲେଭେନ (ଯୋଡ଼ା) ଦଳ ବିଜେତା ହୋଇଥିବା ଖବର ହସ୍ତଗତ ହୋଇଛି। ଟୁର୍ଣ୍ଣାମେଣ୍ଟର ଏହି ଫାଇନାଲ ମ୍ୟାଚରେ ମୁଖ୍ୟଅତିଥି ଭାବେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ଯୋଗ ଦେଇଥିବା ବେଳେ ଅତୁଲ ଭଟନାଗର (ଟାଟାଷ୍ଟିଲ, ଜିଏମ), ଅମୀୟ ପ୍ରଧାନ (ଜିଲ୍ଲାପରିଷଦ ଅଧ୍ୟକ୍ଷ, ତାଳଚେର), ଅବନିଶ କୁମାର (ଏଫଏମଡି, ଚିଫ), ଟୁର୍ଣ୍ଣାମେଣ୍ଟର ଆୟୋଜକ ସଞ୍ଜୟ ବାରିକ ଓ ବିଜୁ ଜନତା ଦଳ ଯୁବ ସଂଗଠକ ସୁଶାନ୍ତ କୁମାର ବାରିକ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ବିଜେତା ଦଳ ଖୁସି ଇଲେଭେନ (ଯୋଡ଼ା)କୁ ମୁଖ୍ୟଅତିଥି ଟ୍ରଫି ସହ ନଗଦ ୧ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ । ତେବେ ଏହି ଫାଇନାଲ ମ୍ୟାଚକୁ ଜାତୀୟସ୍ତର ରେଫରୀ ଶିବଶଙ୍କର ପଣ୍ଡା କାର୍ଯ୍ଯଭାର ତୁଲାଇଥିଲେ। ଏହି ଟୁର୍ଣ୍ଣାମେଣ୍ଟର ବିଶେଷ ଆକର୍ଷଣ ଭାବେ ଓଡ଼ିଆ ଟେଲିଭିଜନର ଜଗତର ଟିଭି ଆଙ୍କର ସୋଭନା ମିଶ୍ର କ୍ରୀଡାପ୍ରେମୀଙ୍କୁ ଉତ୍ସାହିତ କରିଥିଲେ। ଖେଳ ପ୍ରାରମ୍ଭ ପୂର୍ବରୁ ଜେଏସଡବ୍ଲୁ ଓ ଯୋଡ଼ା ଏଫସି ମହିଳା ଟିମ୍ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ଖେଳ ଅନୁଷ୍ଠିତ ହୋଇଥିଲା। ମହିଳା ଫୁଟବଲ ଖେଳରେ ପେନାଲଟି ସଟରେ ଜେଏସଡବ୍ଲୁ ଜଜାଙ୍ଗ ବିଜେତା ହୋଇଥିଲେ। ପୁରସ୍କାର ବିତରଣ ଉତ୍ସବରେ ରନର୍ସ ଅପ ଦଳ ଲୋହାର ବ୍ରଦର୍ଶ (ଭଦ୍ରସାହି)କୁ ୭୦ ହଜାର ନଗଦ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିବା ବେଳେ ତୃତୀୟ ଦଳ ଡବଲ ଏ (କାଟେସାହି) ଦଳକୁ ୪୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା। ସେହିପରି ଚତୁର୍ଥ ଦଳ ସ୍ମାଇଲ ଇଲେଭେନ (କିତାବେଡା)କୁ ୩୦ ହଜାର ଟଙ୍କା ସହ ପୁରସ୍କାର ବିତରଣ କରାଯାଇଥିଲା। ଅନ୍ୟ ପୁରସ୍କାର ମଧ୍ୟରେ ବେଷ୍ଟ ପ୍ଲେୟାର, ଗୋଲ କିପର, ବେଷ୍ଟ ଡିଫେନଡର, ବେଷ୍ଟ ମିଡ ଫିଲ୍ଡରଙ୍କୁ ବାଇ ସାଇକଲ ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ତ୍ରିଦିବସୀୟ ଏହି ବିଜୁ ପଟ୍ଟନାୟକ ନକ-ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ବେଶ ଆନନ୍ଦ ଉଲାସ ସହ ସମ୍ପନ୍ନ ହୋଇଥିବା ବେଳେ ଟୁର୍ଣ୍ଣାମେଣ୍ଟର ଆୟୋଜକ ସଞ୍ଜୟ କୁମାର ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ