ବିଜୁ ପଟ୍ଟନାୟକ ଷ୍ଟାଡିୟମର ନବୀକରଣ ପାଇଁ ଚିଠି ଲେଖିଲେ ଜିଲ୍ଲାପାଳ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ସହରର ଇଛାପୁର ନିକଟସ୍ଥ ସାରଙ୍ଗ ଠାରେ ଥିବା ବିଜୁ ପଟ୍ଟନାୟକ ଷ୍ଟାଡିୟମର ନବୀକରଣ ନିମନ୍ତେ ଜିଲ୍ଲାପାଳ ସମର୍ଥ ବର୍ମା ରାଜ୍ୟ କ୍ରୀଡା ବିଭାଗକୁ ଆବଶ୍ୟକ ସରକାରୀ ଅନୁଦାନ ତୁରନ୍ତ ମଞ୍ଜୁର ନିମନ୍ତେ ପତ୍ର ଲେଖିଥିବା ଜଣାପଡିଛି । ପୂର୍ତ୍ତ ଡିଭିଜନ ପକ୍ଷରୁ ଷ୍ଟାଡିୟମର ଭିତର ଓ ବାହାରର ବିଦ୍ୟୁତକରଣ ନିମନ୍ତେ ପ୍ରସ୍ତୁତ ୯ଲକ୍ଷ ୬୧ହଜାର ୧୧୩ଟଙ୍କାର ଅଟକଳକୁ ଜିଲ୍ଲାପାଳ ଅନୁମୋଦନକରି ରାଜ୍ୟ କ୍ରୀଡା ନିର୍ଦେଶକଙ୍କୁ ପଠାଇଥିବା ବେଳେ ଷ୍ଟାଡିୟମକୁ ପାନୀୟଜଳ ଯୋଗାଣ ବ୍ୟବସ୍ଥା ନିମନ୍ତେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତ ୧୭ଲକ୍ଷ ୨୧ହଜାର ଟଙ୍କାର ଅନ୍ୟଏକ ଅଟକଳକୁ ମଧ୍ୟ ଅନୁମୋଦନକରି ରାଜ୍ୟ କ୍ରୀଡା ନିର୍ଦେଶକଙ୍କୁ ପଠାଇଥିବା ସୂଚନା ମିଳିଛି । ଏତଦଭିନ୍ନ ଷ୍ଟାଡିୟମ ଚର୍ତୁପାଶ୍ୱର୍ରେ ପାଚେରୀ ନିର୍ମାଣ ନିମନ୍ତେ ପୂର୍ତ୍ତ ଡିଭିଜନ ପକ୍ଷରୁ ଅନ୍ୟଏକ ୪ଲକ୍ଷ ୯୯ହଜାର ଟଙ୍କାର ଅଟକଳ ଜିଲ୍ଲା କ୍ରୀଡା ବିଭାଗରେ ପହଁଚିଥିବା ବେଳେ ସେହି ଅଟକଳକୁ ଖୁବଶୀଘ୍ର ରାଜ୍ୟ କ୍ରୀଡା ବିଭାଗକୁ ଜିଲ୍ଲାପାଳଙ୍କ ଅନୁମୋଦସନକ୍ରମେ ପଠାଇଦିଆଯିବ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଅନ୍ୟଏକ ସମ୍ବାଦପତ୍ରରେ ପ୍ରକାଶିତ ଏହି ଷ୍ଟାଡିୟମ ନବବୀକରଣ ନିମନ୍ତେ ଏକକୋଟି ଟଙ୍କା ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁର ହୋଇଥିବା ଘଟଣା ସଂପୂର୍ଣ୍ଣ ମିଥ୍ୟା ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ