ବିଜୁ ବାବୁଙ୍କ ବିକୃତ ପ୍ରତିମୂର୍ତ୍ତି ସ୍ଥାପନାକୁ ନେଇ ଜନସାଧାରଣ ଅସନ୍ତୋଷ

ବାଲୁଗାଁ-ଓଡିଶାର ବରପୁତ୍ର, କଳିଙ୍ଗ ଷଣ୍ଢ, ମୁକୁଟ ବିହୀନ ସମ୍ରାଟ ଏବଂ ଭୂମିପୁତ୍ର ସ୍ୱାଧିନ ଭାରତ ପ୍ରତିଷ୍ଠା ନିମନ୍ତେ ସଂଗ୍ରାମ କରିଥିବା କୋଟି କୋଟି ଓଡିଆ ଜାତିର ମଉଡମଣି ବିଜୁ ପଟ୍ଟନାୟକଙ୍କ ଏକ ବିକୃତ ପ୍ରତିମୂର୍ତ୍ତି ବାଣପୁର ବଜାର ମଧ୍ୟରେ ପ୍ରତିଷ୍ଠାକୁ ନେଇ ବାଲୁଗାଁ ଓ ବାଣପୁର ଅଞ୍ଚଳର ବିଜୁ ପ୍ରେମି ମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଯାଇଛି ।
ପ୍ରାପ୍ତ ଖବର ଅନୁସାରେ ଅଖିଳ ଭାରତ ସ୍ୱାୟତ ଶାସନ ଦିବସ ଅବସରରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ବିଜୁ ବାବୁଙ୍କ ଏକ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ବଜାର ଅଞ୍ଚଳରେ ସ୍ଥାପନ କରାଯାଇଛି । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବା ବିଷୟ ଜନସାଧାରଣ ଜାଣିବା ପରେ ସେମାନଙ୍କ ମନରେ ଏକ ଉତ୍ସାହ ଖେଳିଯାଇଥିଲା ଏବଂ କେଉଁ ଦିନ ଏହା ଉନ୍ମୋଚନ ହେବ ସେହିଦିନକୁ ଉତ୍କଣ୍ଠ ାର ସହିତ ସମସ୍ତ ଜନସାଧାରଣ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ମୂର୍ତ୍ତିଟିକୁ ଦେଖି ସମସ୍ତଙ୍କ ମନ ଭାଙ୍ଗିଜାଇଛି । କହିବାକୁ ଗଲେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିକାରି ବିଜୁ ପ୍ରେମି ମାନଙ୍କ ଭାବନା ଏବଂ ଆବେଗ ସହିତ ତାତ୍ସଲ୍ୟ କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ କଥା ରାଜ୍ୟରେ ଦିର୍ଘ ବର୍ଷ ଧରି ଭକ୍ତମହୀନ ପୁରୁଷଙ୍କ ନାମରେ ନାମିତ ବିଜୁ ଜନତା ଦଳର ସରକାର ଥିଲେ ମଧ୍ୟ ତତ୍ସହିତ ସ୍ଥାନୀୟ ବିଧାୟକ ଏବଂ ଏମ.ପି. ବିଜୁ ଜନତା ଦଳର ହୋଇଥିଲେ ମଧ୍ୟ ସେମାନେ କିପରି ଏବଂ କାହିିଁକି ଏହାକୁ ବିରୋଧ ନକରି ଏକ ବିକୃତ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ଏ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଥିବା ବେଳେ, ବୋଧହୁଏ ଏମାନେ କେହି ହୁଏତ ବିଜୁ ବାବୁଙ୍କ ସଂପର୍କରେ ଆସି ନାହାନ୍ତି କମ୍ବା ଏମାନେ ବିଜୁ ବାବୁଙ୍କ ଇତିହାସ, ସଂପର୍କରେ ଅବଗତ ନୁହନ୍ତି କିମ୍ବା ଏମାନେ ବିଜୁ ବାବୁଙ୍କୁ ଦେଖିନାହାନ୍ତି ଯାହା ଦ୍ୱାରା ଏଭଳି ଏକ ବିକୃତ ମୂର୍ତ୍ତିକୁ ବିଜୁ ବାବୁଙ୍କ ନାମ ଦେଇ ଲୋକକଙ୍କ ଭୂଆଁ ବୁଲେଇଛନ୍ତି । ଏଭଳି ଏକ ପ୍ରତିମୂର୍ତ୍ତି ସ୍ଥାପନ ସଂପର୍କରେ ବାଣପୁର ଏନ.ଏ.ସି କାର୍ଯ୍ୟନବାହି ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ୨ ବର୍ଷ ପୂର୍ବେ ଏହି ଯୋଜନା ହୋଇଥିଲା କିନ୍ତୁ କୌଣସିକାରଣ ବସତଃ ତାହା ପୂର୍ଣ୍ଣ ନହୋଇ ଏହି ଭର୍ଷ ତାକୁ କାର୍ଯ୍ୟକାରୀ କରାଗଲା । ମୂର୍ତ୍ତିଟି ଠିକ୍ଠାକ୍ ହୋଇନାହିଁ ତେଣୂୁ ୨ ଦିନ ମଧ୍ୟରେ ସେହି ସ୍ଥାନରେ ବିଜୁ ବାବୁଙ୍କ ଏକ ଉନ୍ନତି ଏବଂ ପ୍ରକୃତ ପ୍ରତିମୂର୍ତ୍ତି ସ୍ଥାପନ କରିବା ସେଥିପାଇଁ ସବୁ ପ୍ରସ୍ତୁତି ସରିଛି । ଏହି ଯୋଜନାରେ କେତେ ଅର୍ଥ ଖର୍ଚ୍ଚ ହୋଇଛି ଏବଂ କିଏ ଏହି ଦାୟିତ୍ୱରେ ଅଛି ପଚାରିବାରେ ତାର ସଠିକ୍ ଉତ୍ତର ନଦେଇ କଥାକୁ ବୁଲାଇବାକୁ ଚେଷ୍ଟାକରିଥିଲେ । ଯେହେତୁ ଉକ୍ତ ବିକୃତ ପ୍ରତିମୂର୍ତ୍ତିଟି ବଦଳାଇବାର ଚେଷ୍ଟା ଚାଲିଛି ତେଣୁ ଏହି କାର୍ଯ୍ୟ ତଥା ଶିଘ୍ର ହୋଇଯିବା ଠିକ୍ ବୋଲି ଜନସାଧାରଣ ମତ ଦେଇଥିବା ବେଳେ ଯଦି ଏହି ମୂର୍ତ୍ତି ବଦଳାନଯାଇ ତାକୁ ରଖାଯାଏ ତେବେ ବାଲୁଗାଁ ବାଣପୁର ନାଗରିକ ମଞ୍ଚ ତରଫରୁ ରାଜ୍ୟର ମୂଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟାନାୟକଙ୍କୁ ଅବଗତ କରାଯିବ ବୋଲି ଚେତାବନି ଦିଆଯାଇଛି , ବାଣପୁର ଏନ.ଏ.ସିର ଏଭଳି ଏକ କାର୍ଯ୍ୟକୁ ସବୁ ମହଲରେ ଦୃଢନିନ୍ଦା କରାଯିବା ସହିତ ନୂତନ ପ୍ରତିମୂର୍ତ୍ତି ସ୍ଥାପନ ପର୍ଯ୍ୟନ୍ତ ଉକ୍ତ ବିକୃତ ମୂର୍ତ୍ତିକୁ ଢ଼ାକଣକରି ରଖୀବା ପାଇଁ ପରାମର୍ଶ ଦିଆ ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ