ବିଜୁ ବାବୁ ଙ୍କ ଶ୍ରାଦ୍ଧ ଦିବସ ପାଳିତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନମଣ୍ଡଳୀ ବିଜେଡ଼ି ପକ୍ଷରୁ ସ୍ଥାନୀୟ ଗ୍ରୀନଲ୍ୟାଣ୍ଡ କଲ୍ୟାଣ ମଣ୍ଡପ ଠାରେ ବିଜୁବାବୁ ଙ୍କ ୨୬ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦେଇ ବିଜୁବାବୁ ଙ୍କ ର କାର୍ଯ୍ୟ ,ତ୍ୟାଗ ଓ ଉଦ୍ୟମ ଏକ ବିକଶିତ ଓଡ଼ିଶା ଗଠନ ର ମୂଳଦୁଆ ବୋଲି ଅଭିହିତ କରିବା ସହିତ ଆଜିର ଦିନରେ ନବୀନ ବାବୁ ଙ୍କ ଉଦ୍ୟମରେ ଏକ ସମୃଦ୍ଧ ,ସଶକ୍ତ ଓ ସ୍ଵାଭିମାନୀ ନବୀନ ଓଡ଼ିଶା ଗଠନ ଦିଗରେ ଆଗେଇ ଚାଲିଛି । ଦିନେ ଜାତୀୟ ମାନ ଚିତ୍ରରେ ଅତି ପଛରେ ଥିବା ଓଡ଼ିଶା ଆଜି କେବଳ ଜାତୀୟ ନୁହେଁ ଆନ୍ତର୍ଜାତୀୟ ମାନଚିତ୍ରରେ ଉଜ୍ଜଳ ସ୍ଥାନରେ ପହଞ୍ଚି ସାରିଛି ବୋଲି ମତବ୍ୟକ୍ତ କରିଥିଲେ ।ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ସମୃଦ୍ଧ ,ସଶକ୍ତ ଓ ସ୍ଵାଭିମାନୀ ନବୀନ ଓଡ଼ିଶା ଗଠନ ପ୍ରତିଯୋଗିତା ର ସମସ୍ତ ପ୍ରତିଯୋଗୀ ଙ୍କୁ ପ୍ରମାଣପତ୍ର ଓ ପ୍ରଥମ ,ଦ୍ୱିତୀୟ , ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ସହିତ ଟ୍ରଫି,ଓ ଅର୍ଥରାଶି ପୁରସ୍କାର ପ୍ରଦାନ କରିଥିଲେ। ପ୍ରତିଯୋଗିତା ର ୯ ଜଣ ବିଚାରକ ଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ କୁମାର ଖଟୋଇ ,ବ୍ଲକ ବିଜେଡ଼ି ସଭାପତି ଅଶୋକ ସାହୁ ,ସମ୍ପାଦକ ରବୀନ୍ଦ୍ର କୁମାର ନାୟକ ,ନଗର ସଭାପତି ଜିବନାନନ୍ଦ ମହାପାତ୍ର ,ଗୋପ ବ୍ଲକ ସଭାପତି ମଧୁସୂଦନ ପାଇକରାୟ, ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ ,ଗୋପ ବ୍ଲକ ଅଧ୍ୟକ୍ଷା ଝୁନୁ ମଲ୍ଲିକ, ନଗର ଅଧ୍ୟକ୍ଷା ସସ୍ମିତା ସାହୁ ,ବ୍ଲକ ଉପଧକ୍ଷା ଅନୁସୁୟାମହାନ୍ତି , ନଗର ଉପାଧ୍ୟକ୍ଷ ସନ୍ତୋଷ ଦାଶ ,ସୁଧୀର ରଞ୍ଜନ ଦାସ ସତ୍ୟବାଦୀ ମହାପାତ୍ର ,ସିଦ୍ଧାନ୍ତ ଜେନା ମାନଦୀପ ପାଇକରାୟ ଓ ସତ୍ୟଜିତ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ବିଜୁ ବାବୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ସନାତନ ପ୍ରଧାନ ସଭାପତିତ୍ବ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ