ବିଜୁ ମହିଳା ଜନତା ଦଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଭାରତ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ ଅବସରରେ ବିଜୁ ମହିଳା ଜନତା ଦଳ ଭୁବନେଶ୍ୱର ଜିଲ୍ଲା ସାଂଗଠନିକ ସଭାପତି ବିଜୟଲକ୍ଷ୍ମୀ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଭୁବନେଶ୍ୱର ୟୁନିଟ-୨ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଆମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ଡ଼େପୁଟି ମେୟର ମଞ୍ଜୁଲତା କହଁର, ବିଜୁ ମହିଳା ଜନତା ଦଳ ରାଜ୍ୟସ୍ତରୀୟ ସାଧାରଣ ସମ୍ପାଦିକା ତଥା ବରିଷ୍ଠ ନେତ୍ରୀ ସୁମିତ୍ରା ଜେନା, ବିଜୁ ମହିଳା ଜନତା ଦଳ ରାଜ୍ୟସ୍ତରୀୟ ସମ୍ପାଦିକା ଭାରତୀ ସିଂ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବୃକ୍ଷରୋପଣର ମହତ୍ ବାର୍ତ୍ତା ସମାଜ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଛାତ୍ରଛତ୍ରୀମାନେ ସହାୟତା ପ୍ରଦାନ କରିଥିବା ବେଳେ ସ୍ଥାନୀୟ କର୍ପୋରେଟରଙ୍କ ସହ ମଧ୍ୟ ନିର୍ବାଚନ ମଣ୍ଡଳୀର ଅନ୍ୟାନ୍ୟ କର୍ପୋରେଟରମାନେ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ଏତଦ୍‌ଭିନ୍ନ ବିଜୁ ମହିଳା ଜନତା ଦଳର ଜିଲ୍ଲା ଓ ରାଜ୍ୟସ୍ତରୀୟ ନେତ୍ରୀମାନେ ମଧ୍ୟ ଯୋଗଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ