ବିଜୁ ଯୁବ ବାହିନୀ ପକ୍ଷରୁ ଜିଲ୍ଲା ରେଡ କ୍ରସ ପାଣ୍ଠିକୁ ସହାୟତା
ଭବାନୀପାଟଣା, (ଓ୍ୱାଇଏନ୍ଏସ୍): ଭବାନୀପାଟଣା ପୌରାଞ୍ଚଳ ବିଜୁ ଯୁବ ବାହିନୀ ତରଫରୁ କରୋନା ମୁକାବିଲା ପାଇଁ ଜିଲ୍ଲା ରେଡ କ୍ରସ ପାଣ୍ଠିକୁ ୪ ହଜାର ଏକ ଶତ ଟଙ୍କା କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଦାନ କରାଯାଇଛି । ଏହି ସମୟରେ ଜିଲ୍ଲା ଜରୁରୀ ଶାଖା ଅଧିକାରୀ ସୁରେନ୍ଦ୍ର ତ୍ରିପାଠୀ, ଜିଲ୍ଲା ବିଜୁ ଯୁବ ବାହିନୀ ଜିଲ୍ଲା ସଂଯୋଜକ ଅବିନାଶ ଠାକୁର, ମ୍ୟୁନିସିପାଲିଟି ସଂଯୋଜକ ଅଭିଷେକ ମହାପାତ୍ର, ସ୍ବେଚ୍ଛାସେବୀ ଜିତେନ୍ଦ୍ର ବେହେରା,ମହମ୍ମଦ ଇସମାଇଲ, କିଶୋର ଗହୀର, ମହମ୍ମଦ ମୋସିମ, ନବୀନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।


