ମୁମ୍ବାଇରେ ୨୫୦ ପୁଲିସଙ୍କୁ କରୋନା
ମୁମ୍ବାଇ: କରୋନା ପାଇଁ ଭାରତରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ଦେଶରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ମୁମ୍ବାଇରେ ପ୍ରାୟ ୨୫୦ ପୁଲିସ ଅଧିକାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଆକ୍ରାନ୍ତ ପୁଲିସ ଅଧିକାରୀଙ୍କ ଠାରେ ସାମାନ୍ୟ ଲକ୍ଷଣ ଥିବା ସୂଚନା ମିଳିଛି । ତେବେ ଆକ୍ରାନ୍ତ କେହି ବି ଆଇସିୟୁରେ ନଥିବା ମୁମ୍ବାଇ ପୁଲିସ କମିଶନର କହିଛନ୍ତି । ପ୍ରକାଶ ଯେ, କରୋନା ଯୋଦ୍ଧାଭାବେ ପୁଲିସ ଅଧିକାରୀ ଓ କର୍ମଚାରୀ ଦିନ ରାତି ଏକ କରି ନିଜର କାର୍ଯ୍ୟ କରିଆସୁଛନ୍ତି ।


