ବିଜୁ ଯୁବ ବାହିନୀ ପକ୍ଷରୁ ସଚେତନତା ରାଲି

ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ବିଜୁ ଯୁବ ବାହିନୀ ପକ୍ଷରୁ ସୋମବାର ଦିନ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ନିଷେଧ ନେଇ ଏକ ସଚେତନତା ରାଲି କରାଯାଇଥିଲା । ପୌର ପରିଷଦା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡାଙ୍କ ନେତୃତ୍ୱରେ ହିଂଜିଳିକାଟୁ ପୌରାଂଚଳ ବିଜୁ ଯୁବ ବାହିନୀର ସଦସ୍ୟ ମାନେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ନକରିବା ଏବଂ ଏହାର କୁପରିଣାମ ନେଇ ହାତରେ ବ୍ୟାନର ଓ ପ୍ଳା କାର୍ଡ଼ ଧରି ଏବଂ ସ୍ଳୋଗାନ ଦେଇ ନଗର ପରିକ୍ରମା କରିଥିଲେ । କାର୍ଯ୍ୟକ୍ରମରେ ହିଂଜିଳିକାଟୁ ପୌରାଂଚଳ ବିଜୁ ଛାତ୍ର ଜନତା ଦଳ ସଭାପତି ରିଙ୍କୁ ପଣ୍ଡା, ଅଜୟ ଗୌଡ଼, ପପୁ ପଣ୍ଡା, ଅରୁଣ ପାଢି, ଏନ. ଅରୁଣ କୁମାର, ବସନ୍ତ ବେହେରା, ପୌର ପରିଷଦର କନିଷ୍ଠ ଯନ୍ତ୍ରୀ ଦିଲ୍ଲିପ କୁମାର ମିଶ୍ର, କର୍ମଚାରୀ କୈଳାସ ସାବତ, ବିବେକାନନ୍ଦ ମହାପାତ୍ରଙ୍କ ସମତେ ବିଜୁ ଯୁବ ବାହିନୀର ବହୁ କର୍ମକର୍ତା ଓ ସଦସ୍ୟ ମାନେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ବିଜୁ ଯୁବ ବାହିନୀର ସଂଯୋଜିକା ରାଜ କୁମାରୀ ମଲ୍ଲିକ ପରିଚାଳନା କରିଥିଲେ । ଆଗାମୀ ଦିନରେ ପୌରାଂଜଳ ମଧ୍ୟରେ ବୃକ୍ଷରୋପଣ ଓ ଅନ୍ୟାନ ଉନ୍ନତି ମୂଳକ କାର୍ଯ୍ୟକ୍ରମ କରାଯିବ ବୋଲି ବିଜୁ ଯୁବ ବାହିନୀର ସଂଯୋଜିକା ମଲ୍ଲିକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ