ବିବାହ ମହିଳାଙ୍କ ସଂନ୍ଦେହ ଜନକ ହତ୍ୟା , ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ
କଳାହାଣ୍ଡି ,( ଯୁଗାବ୍ଦ ନ୍ୟୁଜ୍ ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାଣ୍ଡିଗାଁ ପଞ୍ଚାୟତ ନାଏକେନଗୁମା ଗ୍ରାମରେ ବିବାହିତ ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ଶବ ଉଦ୍ଧାର କରଯାଇଛି । ମୃତ ମହିଳାଙ୍କ ନାମ ଶାନ୍ତି କୁମାରୀ ଶବର । ମିଳିଥିବା ସୂଚନା ଅନୁଯାୟୀ ଗତ ୨ ବର୍ଷ ତଳେ ଦୁର୍ବଳ ଶବରଙ୍କୁ ଶାନ୍ତି କୁମାରୀ ଶବର ଦୈବିକ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ଝିଅର ବାପା ଘର ଲୋକ ଘଟଣା ସ୍ଥଳରେ ପହଞ୍ଚି ହତ୍ୟା ଅଭିଯୋଗ କରିଛନ୍ତି । ପୋଲିସ ଖବର ପାଇ ଜୟପାଟଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି


