ବିଜୁ ଶ୍ରମିକ ସାମୁଖ୍ଯ କାର୍ଯ୍ଯାଳୟ ଉଦଘାଟନ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ୬ ନମ୍ବର ଓ୍ବାର୍ଡ ବୁଦ୍ଧଖୋଲ ରୋଡରେ ବିଜୁ ଶ୍ରମିକ ସାମୁଖ୍ଯ କାର୍ଯ୍ଯାଳୟ ଉଦଘାଟନ ହୋଇଯାଇଛି। ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଶ୍ରମିକ ସାମୁଖ୍ଯ ଜିଲ୍ଲା ସମ୍ପାଦକ ସମୀର କୁମାର ଭୂୟାଁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବୁଗୁଡା ବ୍ଳକ ଅଧ୍ଯକ୍ଷାଙ୍କ ପ୍ରତିନିଧି କେ.ନିଳମାଧବ ଆଚାରୀ ଉଦଘାଟନ କରି କାର୍ଯ୍ଯାଳୟର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ନଗରପାଳ ଚିତ୍ରସେନ ପ୍ରଧାନ, ଉପନଗରପାଳ ଗୀତାଞ୍ଜଳୀ ପାଢ଼ୀ, ବ୍ଳକ ବିଜେଡି ସଭାପତି ଇ.ମଦନ ଗୋପାଳ ଦୋରା, ଜିଲ୍ଲା ବିଜେଡି ସମ୍ପାଦକ ସୁଧାଂଶୁ ଶେଖର ପାଢୀ, ଭଗବାନପୁର ସରପଞ୍ଚ ସୁଶାନ୍ତ ପ୍ରଧାନ ଯୋଗଦେଇଥିଲେ। ପୋଲସରା ବ୍ଳକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡ଼ା, ପୋଲସରା ବ୍ଲକ ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ ଓ ବିକ୍ରମ କୁମାର ନାୟକ, ବୁଗୁଡା ବ୍ଳକ ନିର୍ମାଣ ଶ୍ରମିକ ସଂଯୋଜକ ସୁରେନ୍ଦ୍ରନାଥ ପାଣି ପ୍ରମୁଖ ଯୋଗଦାନ କରି ନିର୍ମାଣ ଶ୍ରମିକ କାର୍ଡ ଜରିଆରେ ଶ୍ରମିକମାନଙ୍କ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ବିବାହ ସହାୟତା, ମହିଳାଙ୍କ ପ୍ରସୂତୀ କାଳୀନ ସହାୟତା, ଶିକ୍ଷା ସହାୟତା, ମୃତ୍ୟୁ କାଳୀନ ସହାୟତା ପ୍ରଭୃତି ସହାୟତା ଯୋଜନା ବିଷୟରେ ଆଲୋକପାତ କରି ସମସ୍ତ ଶ୍ରମିକ ଏହାର ସୁଯୋଗ ନେଇପାରିବେ କାର୍ଯ୍ୟକରିବାକୁ ପରାମର୍ଶ ଦଡ଼ିଥିଲେ। ବିଜୁ ଶ୍ରମିକ ସାମୁଖ୍ଯ ସଂଯୋଜକ କାଳୁ ଚରଣ ସାମଲ, ବଳରାମ ଜେନା, ଶଙ୍କର ଡାକୁଆ, ଜଗନ୍ନାଥ ଜାନୀ, ଟିଟୁ ପାତ୍ର, ସନ୍ତୋଷ ସେଠୀ, ସାୟନ୍ଦ୍ରୀ ଜେନା, ପ୍ରତିମା ମହାପାତ୍ର, ଲକ୍ଷ୍ମୀ ପ୍ରଧାନ, ସମିତା ପ୍ରଧାନ, ଅବିନାଶ ପ୍ରଧାନ, ଅଞ୍ଜଳି ସାହୁ, ଦୀପକ ମହାନ୍ତି ଉପସ୍ଥିତ ରହି ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ