ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକର ୧୧ ଟି ଗ୍ରାମପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ଓ ଲୋକ ପ୍ରତିନିଧି ମାନଙ୍କୁ ନେଇ ଟିକାବାଲି ଗୋଷ୍ଠୀ ଉନୟନ ଅଧିକାରୀ ଫକୀର ଚରଣ ପରିଡା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବାଣ୍ଟିବା ନେଇ ଏକ ପ୍ରସ୍ତୁତି ବୈଠକ କରି ଥିଲେ | ଏହି ବୈଠକ ରେ ସରକାର ଙ୍କ ନୂଆ ଯୋଜନା କିପରି ପ୍ରତି ଗରିବ ଶ୍ରେଣୀ ର ଲୋକଙ୍କ ପାଖରେ ପହଂଚି ପାରିବ, ଯେଉଁ ମାନେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ଓଡିଶା ସରକାର ଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଅଛନ୍ତି ସେମାନେ ଯେପରି ଏହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବାଦ ପଡିବେ ନାହିଁ ସେଥିପ୍ରତି ଗୁରୁତ୍ୱ ଦେଇ କହିଥିଲେ l ଏଥିରେ ଗୋଟିଏ ପରିବାର କୁ ବାର୍ଷିକ ପାଞ୍ଚ ଲକ୍ଷ ଟଙ୍କା ର ବୀମା ଏବଂ ମହିଳା ମାନଙ୍କ କ୍ଷେତ୍ର ରେ ବାର୍ଷିକ ଦଶ ଲକ୍ଷ ଟଙ୍କା ର ବୀମା ସ୍ୱାସ୍ଥ୍ୟ ଗତ ସମସ୍ୟା ଊପରେ ଲାଭ ସମ୍ପୂର୍ଣ୍ଣ ମାଗଣା ରେ ପାଇପାରିବେ ଓଡିଶା ର ପାଖା ପାଖି ଦୁଇ ସହ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଓଡିଶା ବାହାରେ ୨୦ ଟି ସରକାରୀ ଓ ବେ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଉକ୍ତ କାର୍ଡ ମାଧ୍ୟ୍ୟମରେ ଗରିବ ଲୋକଙ୍କୁ ମାଗଣା ଚିକିତ୍ସା ପାଇ ପାରିବେ ବୋଲି ସରକାର ଘୋଷଣା କରିଛନ୍ତି l ଉକ୍ତ ପ୍ରସ୍ତୁତି ବୈଠକ ରେ ଟିକାବାଲି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁଚିତ୍ରା ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଅଧିକାରୀ ସୁନୀଲ କୁମାର କହଁର, ବିଧାୟକ ବିଜେଡି ପ୍ରତିନିଧି ତନୁଜ ଭୋଇ ଏବଂ ଜିଲ୍ଲା ପରିଷଦ ପ୍ରଦୀପ ଦିଗାଲ ପ୍ରମୁଖ ଉପସ୍ଥିତ ଥିଲେ l

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ